ମୋହନା ବ୍ଲକ ତିନି ଦିନ ସଡାଉନ ଘୋଷଣା

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା କୋରନା ସାରା ରାଜ୍ୟରେ ନିଜର କାୟ ବିଷ୍କାର କରି ୬ ମାସ ହେଲାଣି ଲୋକଙ୍କୁ ଏପରି କବଜା କରିଚାଲିଛି | କେତେ ଯେ ନିରୀହ ଜୀବନ ହାରିଲେଣି, କେତେ ଧନ ଜୀବନ ହରାଇ ଅରପାରି କୁ ଗଲେଣି,କିଛି ସୁସ୍ଥ ହୋଇ ଫେରିଲେଣି | ପୁଣି ମୋହନା ବ୍ଲକ ରେ କିଛି ଦିନ ହେବ ଧୀରେ ଧୀରେ କୋରନା ବଡିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା | ମୋହନା ବିଡ଼ିଓ ବଂଶୀଧର ଖୋସଲା ନିଜର ଟେଷ୍ଟ କରାଇ ପଜେଟିଭ ଥିବା ଜାଣି ହୋମକ୍ଵାରିଣ୍ଟିଂ ରେ ରହିଛନ୍ତି | ସେପରି ମଙ୍ଗଳ ଅଧିକାର ସମେତ ଅନ୍ୟ ବ୍ଲକ କର୍ମଚାରୀ ଦୁଇ ଜଣ ପଜେଟିଭ ହୋଇଛନ୍ତି | ଏହାକୁ ଆଖି ଆଗରେ ରଖି ତହସିଲଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀ ମୋହନା ବ୍ଲକ କୁ ତିନି ଦିନ ପାଇଁ ବନ୍ଦ ଘୋଷଣା କରିଛନ୍ତି | ସମସ୍ତ ବ୍ଲକ ର କାର୍ଯ୍ୟାଳୟ ବନ୍ଦ ରଖିବା ସହ ଲୋକଙ୍କୁ ଭିତର କୁ ନ ଯିବା ପାଇଁ ଲେଖା ଯାଇ ବୋଡ଼ ଲଗା ଯାଇଛି | ଏପରି ବିଭିନ୍ନ ଗ୍ରାମରେ ଦିନକୁ ଦିନ ବଡିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ