ମୋହନା ବ୍ଳକକୁ ଫେରିଲେ ୭୧ ପ୍ରବାସୀ ଓଡିଆ
ମୋହନା, (ଅଂଶୁମାନ ପଣ୍ଡା):ଚତୁର୍ଥ ପର୍ଯ୍ୟାୟରେ ପହଂଚିଥିବା ଲକଡାଉନ ଅବଧି ଦିନକୁ ଦିନ ବଢି ଚାଲୁଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କୁ ଟ୍ରେନ, ବସ ଯୋଗେ ନିଜ ଭିଟା ମାଟିକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରବାସୀ ଓଡିଆମାନେ ସାଇକେଲ, ଚାଲି ଚାଲି, ଟ୍ରକ, ଗଳା ରାସ୍ତାରେ ଓ ବଣ ଜଙ୍ଗଲ ରାସ୍ତା ଦେଇ ଦିନ ଓ ରାତିକୁ ଏକ କରି ଭୋକ ଉପାସରେ ମଧ୍ୟ ଦାଦନ ଶ୍ରମିକମାନେ ନିଜ ରାଜ୍ୟକୁ ଫେରୁଛନ୍ତି । ସେହିପରି ପଞ୍ଜିକୃତ କରିଥିବା ୭୧ ପ୍ରବାସୀ ଓଡିଆ ଟ୍ରେନ ଯୋଗେ ଜଗନ୍ନାଥପୁର ଷ୍ଟେସନରେ ପହଂଚିବା ପରେ ବ୍ଳକ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସ ଯୋଗେ ମୋହନା ବ୍ଳକର ଅଡବା, ଲୁଣ୍ଡୁ୍ରୁଗୁଡା, ଶିକୁଳୀପଦର ଆଦି ବିଭିନ୍ନ ସ୍ଥାନରେ କ୍ୱାରେନଂଟାଇନ ଗୃହରେ ସ୍ୱାସ୍ଥ୍ୟ ପରିକ୍ଷା କରି ରଖାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାପଡିଛି । ୭୧ ପ୍ରବାସୀ ଓଡିଆଙ୍କ ମଧ୍ୟରୁ ଅଢବା ଅଂଚଳର ୪୧ ଜଣ, ଲୁଣ୍ଡୁ୍ରୁଗୁଡା ଅଂଚଳର ୨୨ ଜଣ, ଶିକୁଳୀପଦର ଅଂଚଳର ୮ ଜଣ ରହିଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ସୁବିଧା ବ୍ୟବସ୍ତା କରାଯାଇଛୀ ।


