ମୋହନା ରେନୂତନ କୋର୍ଟ କୋଠା ଉଦ୍ଘାଟନ
ମୋହନା,(ଅଂଶୁମାନ ପଣ୍ଡା): ମୋହନା ବ୍ଲକ ଆଦିବାସୀ ବହଳ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଆଗରୁ ହାଇକୋର୍ଟ ପକ୍ଷରୁ ଏକ କୋର୍ଟ ନିର୍ମାଣ ହାଇଥିଲା | ଏଥିରେ ଯଥେଷ୍ଟ ପରିମାଣରେ ଜାଗା ନଥିବାରୁ ମୋହନା ଓକିଲ ସଂଘ ପକ୍ଷରୁ ଜିଲ୍ଲା ବିଚାର ପତିଙ୍କୁ ଲିଖିତ ଜଣାଇଥିଲେ | ଏହା ଦ୍ୱାରା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅବଗତ ପରେ ପୁଣି ନୂତନ କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ ପରେ ନିର୍ମାଣ ହେଲା ନୂତନ କୋଠା ଆଜି ହାଇକୋର୍ଟ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ ଦିନିକିଆ ମୋହନା ଗସ୍ତରେ ଆସି ଉଦ୍ଘାଟନ କରିଛନ୍ତି | ଏହି ଅବସରରେ କୋଭିଡ଼ି ନୟମ ଅନୁଯାଇ ସାମାଜିକ ଦୂରତା ଓ ମାକ୍ସ ପିନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ଜିଲ୍ଲା ବିଚାରପତି ବିଶ୍ୱଜିତ ଦାଶ, ମୋହନା ବିଚାରପତି ବନିଲି କୁମାର ଖଟେଇ ଉଦୟଗିରି କୋର୍ଟର ସବଜର୍ଜ, ଉପଜିଲ୍ଲାପାଳସଂଗ୍ରାମ ଶେଖର ପଣ୍ଡା, ଏସପି ତପନ କୁମାର ପଟ୍ଟନାୟକ ଅତିରିକ୍ତ ଏସପି ସିତାରାମ ଶତପଥୀ, ଏସଡିପିଓ ଦିଲ୍ଲୀପ କୁମାର ନାୟକ, ତସିଲିଦାର ମୋହନା କଲ୍ୟାଣି ସଙ୍ଘ ମିତ୍ରା ଦେବୀ, ରା. ଉଦୟଗିରି ତସିଲିଦାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଲୋକନାଥ ଦଳ ବେହେରା, ମୋହନା ଓକିଲ ସଂଘ ପୃବତନ ସଭାପତି ସୀମାଞ୍ଚଳ କାରଜି, ନିର୍ବାହି ଯନ୍ତ୍ରୀ ଶ୍ରୀଧର ନାୟକ ଓ କର୍ମଚାରୀ,ଓକିଲ ସଂଘର ବହୁ କର୍ମକର୍ତା ଜିଲ୍ଲାର ଉଚ୍ଚପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ଅଗ୍ନିଶମ ବିଭାଗ ଓ ମୋହନା ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ କଡା ସୁରକ୍ଷା ବ୍ୟବସ୍ଥା କରିଥିଲେ ଏହି ଅବସର ରେ ମୂଖ୍ୟ ଅତିଥି ବନବିଭାଗ ପକ୍ଷରୁ ଆୟୋଜନ କରିଥିବା ଵୃକ୍ଷ ରୂପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଵୃକ୍ଷ ରୂପଣ କରିଥିଲେ ଏହି କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ମାନେ ସଙ୍ଗୀତ ପରିବେଷଣ କରିଥିଲେ ଅନ୍ୟପଟେ ଏପରି ବୋଡ଼ କୋଠା କୋର୍ଟ କେଉଁ ଠାରେ ନିର୍ମାଣ ହୋଇନି ବୋଲି ଅଞ୍ଚଳ ବାସୀ କହିବା ସହ ହାଇକୋର୍ଟ ମୁଖ୍ୟ ବିଚାରପତି ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହା ସହ ଦୁଇଟି ଜାଗାରେ ନୂତନ କୋଠା କୋର୍ଟ ନିର୍ମାଣ ହେଲା କିନ୍ତୁ ମୂଖ୍ୟ ବିଚାରପତି ଉପସ୍ଥିତ ରହିନାହାନ୍ତି |ମୋହନାରେ ଉପସ୍ଥିତ ହେବାରୁ ବହୁ ଆନନ୍ଦ ଉଲ୍ଲାସ ସହ ଖୁସୀ ଅନୁଭବ କରିଛନ୍ତି ମୋହନା ବ୍ଲକ ବାସୀ ଶେଷରେ ମୂଖ୍ୟ ବିଚାରପତି ଜିରାଙ୍ଗ ମନ୍ଦିର ଭ୍ରମଣ କରି ପାରଳାଖେମୁଣ୍ଡି ଗସ୍ତ କରିଛନ୍ତି |


