ମୋହନା ରେ ବଢିଚାଲିଛି ପଥରମାଫିଆ ଙ୍କ ପ୍ରାଦୃଭାଵ

ମୋହନା ,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ତହସିଲ ର ବିଭିନ୍ନ ଅଞ୍ଚଳରେ ଦିନ କୁ ଦିନ ବେଆଇନ ଭାବେ କ୍ରସର ୟୁନିଟ ଗଢିଉଠିବା ସହ ତାହାକୁ ପଥର ଯୋଗେଇବା ଉଦ୍ଧେଶ୍ୟର ବ୍ୟାପକ ମାତ୍ରାରେ ପଥର କୁଆଁରୀ ର ମଧ୍ୟ ବୃଦ୍ଦି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପଥର କୁଆଁରୀ ବଢୁଥିବା ଯୋଗୁଁ ସବୁଜ ପରିବେଶ ନଷ୍ଟ ହେବା ସହ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ସମ୍ପଦ ନଷ୍ଟ ହେବାରେ ଲାଗିଛି । ଏହାକୁ ନେଇ ଅଞ୍ଚଳବାସୀ ଅନେକ ଥର ଅସନ୍ତୋଷ ପ୍ରକାଶ କରି ପ୍ରତିବାଦ କରିଆସୁଥିବାଲେ ମଧ୍ୟ ପୁର୍ବରୁ ରାଜସ୍ୱ ବିଭାଗ ନଜାଣି ବା ଅଭିନୟକରି ଆସୁଥିଲେ। ହେଲେ ମୋହନା ତହସିଲଦାର ଗୁରବାର ଦିନ ଅପରାହ୍ନ ସମୟରେ ଅଚାନକ ଭାବେ ଚନ୍ଦ୍ରଗିରି ନିକଟସ୍ଥ ପୋଲାବନ୍ଧ ପଥର ଖଣି ଓ କିଡାସିଙ୍ଗ ସ୍ଥିତ କ୍ରସର ୟୁନିଟରେ ଚଡାଉ କରିଥିଲେ। ପ୍ରବନ୍ଧ ପଥର କୁଆଁରୀରୁ ବ୍ୟବହୃତ ଏକ କମ୍ପ୍ରେସର ଓ ସରଞ୍ଜାମ ସମେତ କିଡାସିଂ କ୍ରସରରେ ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ପଥର କୁ ଜବତ କରିବା ଅଭିଯୋଗରେ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ତେବେ ମୋହନାରେ କେବଳ ଦୁଇଟି କ୍ରସର ଫେକ୍ଟ୍ରୀ ସରକାରୀ ଅନୁମତି କ୍ରମେ ଚାଲିଥିବା ବେଳେ ଏ ଯାବତ କୌଣସି ପଥର କୁଆଁରୀ ରୁ ପଥର ଉତ୍ତୋଳନ କରିବା ନିମନ୍ତେ ଅନୁମତି ଦିଆଯାଇନଥିବା ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବା ସୁଚନା ଦେଇଛନ୍ତି । କିନ୍ତୁ ଗତ କିଛି ମାସ ତଳେ ମୋହନା ତହସିଲ ଅଧିନସ୍ଥ ମାଣ୍ଡିମେରା ଗ୍ରାମ ପଞ୍ଚାୟତ ଠାରୁ ଅଳ୍ପ ଦୂରରେ ଏକ ଆନ୍ଦ୍ର କମ୍ପାନୀ ରାସ୍ତା କାମ ଦର୍ଶାଇ ବେଆଇନ ଭାବେ ପଥର ଉତ୍ତୋଳନ କରି ପାହାଡ କୁ ଗର୍ଦ କରିଥିବା ହେତୁ କୁତ୍ରୀମ ହ୍ରଦ ସୃଷ୍ଟି ହୋଇଥିବା ବେଳେ ତହସିଲଦାର ଘଟଣା ସ୍ଥଳକୁ ପରିଦର୍ଶନ କରି ଲକ୍ଷାଧିକ ଜରିମାନା ପକାଇଥିଲେ ଏବଂ ଉକ୍ତ କ୍ରସରକୁ ମଧ୍ୟ ବନ୍ଦ କରିଥିଲେ । ସେହିପରି ମଧୁରଆମ୍ବ ଗ୍ରାମ ନିକଟସ୍ଥ କନ୍ଧକଳାମେରୀ ମୈଜାରେ ଏକ ଆନ୍ଧ୍ର କମ୍ପାନୀ ଅସ୍ଥାୟୀ କ୍ରସର କରି ବେଆଇନ ଭାବେ କୋଟି କୋଟି ର ପଥର ଉତ୍ତୋଳନ କରି ବିଶାଳକାୟ ଗର୍ଦ୍ଦ କରିସାରିଥିବା ବେଳେ ପୁଣି ତାହାକୁ ଚଳାଇବାକୁ ଉଦ୍ୟମ ଜାରି ରହିଥିବା ଜଣାପଡ଼ିଛି। ଏଭଳି ବର୍ଷ ବର୍ଷ ଧରି ପଥର ଖଣି ଗଢିଉଠିଥିବା ବେଳେ ପଥର କେଉଁ ଆଡେ ଚାଲାଣ ହେଉଛି ତାହା ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଅଗୋଚର । ଯା ଫଳରେ ଦିବା ଲୋକରେ ପଥର ମାଫିଆ ସକ୍ରୀୟ ହେଉଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ଏଭଳି ଦିନ କୁ ଦିନ ଅଞ୍ଚଳରେ ପଥର ମାଫିଆ ମାନେ ନିଜର କାୟା ବିସ୍ଥାର କରି କୋଟି କୋଟି ଟଙ୍କାର ରାଜସ୍ବ ହାନୀ ଘଟାଉଥିବା ବେଳେ ବିଭିନ୍ନ ସ୍ଥାନରେ କୃତ୍ରୀମ ହ୍ରଦ ସୃଷ୍ଟି ହେବା ସହ ପାକୃତିକ ବିପର‌୍ୟ୍ୟୟ ଘଟିବାରେ ଲାଗିଛି । ତେବେ ଗତ କିଛିଦିନ ହେଲା ମୋହନାର ବିଭିନ୍ନ ସ୍ଥାନରେ ତହସିଲଦାର ନିଜେ ଘନ ଘନ ଚଡାଉ କରି ସହ ବିଭିନ୍ନ ଟ୍ରାକ୍ଟର କୁ ଘଟଣା ସ୍ଥଳରୁ ଜବତ କରିବା ସହ ରାଜସ୍ୱ ଆଦାୟ କରିବାରେ ଆଖିଦୃଶିଆ ପଦକ୍ଷେପ ନେଇଛନ୍ତି। କିନ୍ତୁ ମୋହନା କୈଣସି ଅଞ୍ଚଳ ରେ ସରକାରୀ ଭାବେ ପଥର ଖାନ ଅନୁମତି ଦିଆଯାଇନଥିବା ବେଳେ ଏଭଳି ପଥର ଖାନ କରି ଲୁଟ କରିଥିବା ପଥର ମାଫିଆ ଙ୍କ ଉପରେ ପ୍ରଶାସନିକ ସ୍ତରରେ କିଭଳି ଅନୁକମ୍ପା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତକାଲି ର ମୋହନା ତହସିଲଦାର କିଛି ପଥର କୁଆଁରୀ ଉପରେ ଚଢାଉ କୁ କରିବା ସହ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଥିବା ସହ ଆଗକୁ ଏଭଳି ଦୁର୍ଣ୍ଣିତି ନଜର ଆସିଲେ ଦୃଢ କାର‌୍ୟ୍ୟାନୁଷ୍ଠାନ ନିଆଯିବ ଏବଂ ଏଭଳି ଚଢାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ