ବିପୁଳ ପରିମାଣ ର ବିସ୍ଫୋରକ ସାମଗ୍ରୀ ଜବତ ,୫ ଅଟକ
କୁକୁଡାଖଣ୍ଡି,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ସିବି- ସିଆଇଡି ସ୍ୱତନ୍ତ୍ର ଟାସ୍କ ଫୋର୍ସ ପକ୍ଷରୁ ର ଦିଗପହଣ୍ଡି ପୋଲିସ ସହାୟତାରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ ଟା ରେ ମହୁଡ଼ା ଗ୍ରାମ ନିକଟ ଦୁଇଟି କ୍ରସର୍ ୟୁନିଟ୍ ଉପରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ବିସ୍ଫୋରକ ସାମଗ୍ରୀ ମହଜୁଦ ଓ ଚୋରାଚାଲାଣ ରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ୫ ସନ୍ଦିଗ୍ଧ ଙ୍କୁ ଥାନାରେ ଅଟକ ରଖି ମାରାଥନ୍ ଜେରା ଚଳାଇଛି।ବ୍ରହ୍ମପୁର ଅତିରିକ୍ତ ଏସ ପି ପ୍ରଶାନ୍ତ କୁମାର ମିଶ୍ର, ଚିକିଟି ଏସ ସି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ, ଦିଗପହଣ୍ଡି ଥାନାରେ ପହଞ୍ଚି ତଦନ୍ତ କରୁଛନ୍ତି।ତଦନ୍ତ ରେ ବ୍ୟାଘାତ ସୃଷ୍ଟି ଆଶଙ୍କାରେ ରାତି ସାଢ଼େ ୧୦ଟା ସୁଦ୍ଧା କୌଣସି ତଥ୍ୟ ଦେବାକୁ ଦିଗପହଣ୍ଡି ଆଇ ଆଇ ସି ଗୌରାଙ୍ଗ ଚରଣ ସାହୁ ମାନକରିଦେଇଛନ୍ତି। ଘଟଣା କୁ ଚାପି ଦେବା ପାଇଁଁ ଶାସକ ଦଳ ରାଜନେତାଙ୍କ ଉଦ୍ୟମ ଚାଲୁ ରହି ଥିବା ସୂଚନା ମିଳିଛି। ଖବର ଲେଖା ହେବା ସୁଦ୍ଧା ସବିଶେଷ ତଥ୍ୟ ମିଳିପାରିନାହିଁ।


