ମୋହନା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ନୂତନ ପରିଚାଳନା ସମିତି
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ପରିଚାଳନା ସମିତି ଗଠନ ହୋଇଯାଇଛି l ଗୁରୁବାର ଶିଶୁ ମନ୍ଦିର ପରିସରରେ ଆୟୋଜିତ ବୈଠକରେ ଶିକ୍ଷା ବିକାଶ ସମିତି ଦକ୍ଷିଣ ପୂର୍ବ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଯୋଗଦେଇ ନୂତନ ପରିଚାଳନା ସମିତିକୁ ଅନୁମୋଦନ କରିବା ସହ ମାର୍ଗଦର୍ଶନ କରିଥିଲେ l ନୂତନ ପରିଚାଳନା ସମିତିର ସଭାପତି ଭାବେ ଅବସରପ୍ରାପ୍ତ ସେନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଦଳାଇ, ଉପ ସଭାପତି ଅଧ୍ୟାପକ ଭଗବାନ ବିଷୋୟୀ, ସମ୍ପାଦକ ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରବି ପାତ୍ର ମନୋନୀତ ହୋଇଛନ୍ତି l ସେହିପରି ଯୁଗ୍ମ ସମ୍ପାଦକ ଭାବେ ଅବସର ପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ବୃନ୍ଦାବନ ସାମନ୍ତରା , ସଦସ୍ୟା ରଞ୍ଜିତା ବେହେରା ଓ ସ୍ୱପ୍ନା ବେହେରାଙ୍କୁ ମନୋନୀତ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ଶିକ୍ଷାବିତ୍ ମଧୁସୂଦନ ପାଢ଼ୀ ଓ ସାମ୍ବାଦିକ ବାବୁଲା ସେଠୀ ମନୋନୀତ ହୋଇଛନ୍ତି l ସେହିପରି ମାତୃ ସଂଗଠକ ଭାବେ ଅଧ୍ୟାପିକା ରିତା କୁମାରୀ ଶତପଥୀ ଓ ଶିକ୍ଷୟିତ୍ରୀ ମାମିନି ସାହୁଙ୍କୁ ମନୋନୀତ କରାଯାଇଛି l ନୂତନ ପରିଚାଳନା ସମିତି ଗଠନ ବେଳେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟl ଆରତୀ ପାଢ଼ୀ ଓ ବରିଷ୍ଠ ଗୁରୁଜୀ ସୁଧାଂଶୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l