ମୋହନ ସରକାରଙ୍କ ଫୋଟୋ ଉଠା ଯୋଜନା ନାଁ ବସୁନ୍ଧରା ଯୋଜନା ତାହା ପ୍ରଶ୍ନ ବାଚି!
କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି):ପୂର୍ବ ସରକାର ଦେଇ ଥିଲେ ଚାରି ହେଲେ ମୋହନ ସରକାର ଦେଲେ ଦୁଇ, ଭୂମି ହୀନ ଗରିବ ହିତାଧିକାରୀ ପାଇଁ ପ୍ରତାରଣା ସାଜିଛି ବସୁନ୍ଧରା ଯୋଜନା । ଏମିତି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ରୁ । ଗରିବ ଭୂମିହିନ ଙ୍କ ପାଇଁ ଲାଗୁ ହୋଇଥିବା ବସୁନ୍ଧରା ଯୋଜନା ନୂଆ ସରକାର ରେ ପାଲଟିଛି ପ୍ରତାରଣା, ପୂର୍ବ ର ନବୀନ ସରକାର ଗରିବ ଭୂମିହିନ ହିତାଧିକାରୀ ଙ୍କୁ ଚାରି ଡିସମିଲ ଘର ଡିହ ଯୋଗାଇ ଦେବା ସହ ପଟ୍ଟା ବଣ୍ଟନ କରିଥିବା ବେଳେ ମୋହନ ସରକାର କିନ୍ତୁ ଦେଇଛନ୍ତି ମାତ୍ର ଦୁଇ ଡିସମିଲ ଜାଗା ଯାହାକି ଘର ତିଆରି ପାଇଁ ସମୁଦ୍ର କୁ ସଂଖେ ପାଣି ସଦୃଶ ହୋଇପଡିଛି । ଯାହାକୁ ନେଇ ଏବେ ଅସନ୍ତୋଷ ଜାହାରି କରିଛନ୍ତି ହିତାଧିକାରୀ । ପ୍ରାପ୍ତ ସୂଚନା ମୁତାବକ ଗତକାଲି ଧର୍ମଗଡ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ଘରଡ଼ିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଉପସ୍ଥିତ ଥିଲେ ଖୋଦ କଳାହାଣ୍ଡି ସାଂସଦ ଓ ଧର୍ମଗଡ ବିଧାୟକ ଓ ଉପ-ଜିଲ୍ଲାପାଳ, ଧର୍ମଗଡ ବ୍ଲକ ଅଧିନର ସମୁଦାୟ ୨୪ଗୋଟି ପଞ୍ଚାୟତ ରେ ୪୦୦୦ହଜାର ଭୂମିହିନ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୫୭ଜଣ ହିତାଧିକାରୀ ଙ୍କୁ ପଟ୍ଟା ବଣ୍ଟନ ହୋଇଛି । ଧର୍ମଗଡ଼ ତହସିଲ ଅନ୍ତର୍ଗତ ଖଇରପଦର ଆରଆଇ ସର୍କଲ ରାହୁରାହଲଦୀ ୨୮ଜଣ ଓ ଗମ୍ଭାରୀଗୁଡା ର ୭ଜଣ,ବଡ଼ବସୁଲ ଗାଁ ରୁ ୧,କୀର୍କାକାନି ଆରଆଇ ସର୍କଲ କୋତମେର ଗାଁ ର ୬ଜଣ,କନ୍ଦାମାଲ ଗାଁ ର ୨ଜଣ ଓ ଟାକପଡା ର ୯ଜଣ,କାଁକେରି ଆରଆଇ ସର୍କଲ ର କାଁକେରି ଗାଁ ର ୩ଜଣ,ଧର୍ମଗଡ଼ ଆରଆଇ ସର୍କଲ ରୁରାଲ ଚିଲଚିଲା ଗାଁ ର ୧ଜଣ କୁ ପଟ୍ଟା ପ୍ରଦାନ କରାଯାଇଛି । ତେବେ ମିଳିଥିବା ପଟ୍ଟା ର ସୂଚନାନୁଯାୟୀ ରାହୁରାହଲଦୀ ଗାଁ ର ନିକିତା ଶବର ସ୍ୱାମୀ-କହ୍ନେଇ ଶବର ଖତିୟାନ ନଂ-୨୪୨/୨୯୫ ଅନୁସାରେ ୨ଡିସମିଲ,ପ୍ରେମଶିଳା ଶବର ସ୍ୱାମୀ-କର୍ଣ୍ଣ ଶବର ଖତିୟାନ ନଂ-୨୪୨/୨୯୪ ଅନୁସାରେ ୨ଡିସମିଲ ,ଅହଲ୍ୟା ଶବର ସ୍ୱାମୀ-ଶିଶିର ଶବର ଖତିୟାନ ନଂ-୨୪୨/୨୯୨ ଅନୁସାରେ ୨ଡିସମିଲ ,ହେମକାନ୍ତି ଶବର ସ୍ୱାମୀ-ଦୁର୍ଯ୍ୟୋଧନ ଶବର ଖତିୟାନ ନଂ-୨୪୨/୨୯୩ ଅନୁସାରେ ୨ଡିସମିଲ ଏଭଳି ଅନେକ ହିତାଧିକାରୀ ଙ୍କୁ ୪ଡିସମିଲ ଜାଗା ଦେବା ପରିବର୍ତେ ୨ଡିସମିଲ ଜାଗା ମିଳିଛି । ପୂର୍ବ ସରକାର ସହର ରେ ବାସ କରୁଥିବା ଭୂମିହିନ ମାନଙ୍କୁ ଜାଗା ମିଶନ ଜରିଆରେ ଘର ଡିହ ସାଙ୍ଗକୁ ଘର ଯୋଗାଇ ଦେଇଥିବା ବେଳେ ବସୁନ୍ଧରା ଯୋଜନା ରେ ଗ୍ରାମାଞ୍ଚଳ ର ଭୂମିହିନ ପାଇଁ ୪ ଡିସମିଲ ଜାଗା ଦେଇଥିଲେ ହେଲେ ଏହି ସରକାର ଅଧିକ ସୁବିଧା କଥା କହି ହିତାଧିକାରୀ ଙ୍କୁ ଠକି ଦେଇଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଏନେଇ ଧର୍ମଗଡ଼ ତହସିଲଦାର ସଞ୍ଜୟ କୁମାର ସାମନ୍ତରା ଙ୍କୁ ପଚାରିବାରୁ ପୂର୍ବ ସରକାର ସମୟରେ ବସୁନ୍ଧରା ଯୋଜନା ରେ ପ୍ରତ୍ୟେକ ଭୂମିହୀନ ମାନଙ୍କୁ ୪ଡିସମିଲ ଜାଗା ଯୋଗାଇଦେବା କୁ ପ୍ରତ୍ୟେକ ତହସିଲ କୁ ନିର୍ଦ୍ଧେଶନାମା ଜାରି କରିଥିଲେ ହେଲେ ନୂଆ ସରକାର ରେ ୨-୪ ଡିସମିଲ ସୀମିତ ଜାଗା ଯୋଗାଇଦେବା ପାଇଁ ନିର୍ଦ୍ଧେଶନାମା ଜାରି କରଥିବା ପ୍ରକାଶ କରିଛନ୍ତି ।