ମୋହାତିଶୟ

ମୋହ ମାୟା ଭରା ସଂସାରରେ ସ୍ୱାର୍ଥୀ ମଣିଷର ଶ୍ରେଷ୍ଠ ସମ୍ବଳ କୁଳନନ୍ଦନ ବଂଶରକ୍ଷାକାରୀ କୁମର ନିତ୍ୟାନ୍ତ ଦରକାର । ପୁଅ ନଥିଲେ ଅପୁତ୍ରିକ ଦମ୍ପତ୍ତି ସମାଜରେ ହେୟ, ହୋଇ କେତେ ଯେ ଅକଥା କଥା ଶୁଣିବାକୁ ମିଳେ ବରଂ ଝିଅ ନଥିଲେ ଏତେଟା ଅଶୁଭ ଶୂଚକ ଶବ୍ଦ ବାଣ ଆସି ପଡ଼େ ନାହିଁ । ଯେତେଟା ସାହି ପଡ଼େଶୀ ଜ୍ଞାତି କୁଟୁମ୍ବ ବନ୍ଧୁବର୍ଗଙ୍କଠୁଁ ପୁଅ ନଥିବା ବାପା ମା ମାନେ ଶୁଣନ୍ତି । ପୁଅ କୁଳ ଉଦ୍ଧାରକାରୀ ବଂଶ ରକ୍ଷାକାରୀ ପିଣ୍ଡ ତର୍ପଣ ଦେଇ ପିତୃ ପୁରୁଷଙ୍କୁ ପୁତ୍‍ ନର୍କରୁ ଉଦ୍ଧାରକାରୀ ହେତୁ ବାଲ୍ୟାବସ୍ଥାଠାରୁ ଏମିତି ଅନ୍ଧଭାବେ ପ୍ରେମ-ସ୍ନେହ ଶ୍ରଦ୍ଧାରେ ପାଳନ୍ତି ଯେ, ସେ ମାୟା ବନ୍ଧନରେ ବେଳେବେଳେ ଅମଣିଷ ହେବାର ବହୁ ନଜିର ଏ ସମାଜରେ ମିଳେ । ଶିକ୍ଷିତ ହୁଅନ୍ତୁ କି, ଅଶିକ୍ଷିତ ପ୍ରତ୍ୟେକ ବ୍ୟକ୍ତି ପୁତ୍ର ସ୍ନେହରେ ପାଗଳପରାୟ – କୌଣସି କିଛିକୁ ଦୃଷ୍ଟି ନ ନେଇ ବିଚାରକୁ ନିଅନ୍ତି ନାହିଁ । ପୁଅ ବେମାରରେ ପଡ଼ିଲେ ସ୍ୱୟଂ ଡ଼ାକ୍ତର ବାପ ମାଆ ତାର ଚିକିତ୍ସା ନିଜେ ନ କରି ଅନ୍ୟଙ୍କ ଦ୍ୱାରା କରାଇଥାନ୍ତି କାହିଁକି ନା ପୁଅର ବ୍ୟାଧି କ୍ଳେଶଠାରୁ ତାର କାନ୍ଦିବା ସେମାନଙ୍କୁ ଅଧିକ ଅସହ୍ୟ ଦୁôଃଖ ଦିଏ । ସାଧାରଣତଃ କି ଧନୀ କି ଗରିବ ବାପା ମା ମାନେ ନିଜ ପୁଅକୁ ଏମିତି ସ୍ନେହ ଆଦର ଗେଲବସର କରନ୍ତି ଯେ, ସେତେବେଳେ ପୁଅର ଯାବତୀୟ ଅକ୍ଷମଣୀୟ ଅପରାଧ ଆଖିକୁ ଦେଖାଯାଏ ନାହିଁ । ଝିଅ ଅପେକ୍ଷା ପୁଅର ମହା ସାଂଘାତିକ ଦୋଷ ତୃଟିକୁ ହୃଦୟଙ୍ଗମ କଲେ ବି, ନଗଣ୍ୟ ଗୌଣ ମନେ କରିଥାଆନ୍ତି । ଫଳତଃ ପୁଅ ଆସ୍ତେ ଆସ୍ତେ ପଥ ହୁଡ଼ି ଅବାଟକୁ ଆପଣେଇବାରେ ଏମିତି ମସ୍ତ ସବାର ହୁଏ କି ସେ ଆଉ ଚାହିଁଲେ ବି, ଫେରି ପାରେନା । ପୁଅର ଯାବତୀୟ କୁ-କାର୍ଯ୍ୟ ସ୍ନେହ ମାୟାନ୍ଧ, ପିତାମାତା ଦେଖିଲେନି, କୌଣସି ଶ୍ରଦ୍ଧା ମାୟା ମମତା ପ୍ରେମ ମାତ୍ରାଧିକ ହେବାରୁ ଗେଲବସର ପୁଅ ଅଜ୍ଞାନବଶତଃ ନ୍ୟାୟ ଅନ୍ୟାୟ ଭୁଲ୍‍ ଠିକ୍‍ ବୁଝିପାରେନା । ନବୁଝି ମନସ୍ଥ କ୍ରିୟାକଳାପ କାର୍ଯ୍ୟକାରୀ କରିବା ପାଇଁ କିଛି ବି କରିବାକୁ ପଛାଏ ନାହିଁ, ଆଉ ବାପା ମାଆ ପୁତ୍ର ପ୍ରେମରେ ଅନ୍ଧ ହୋଇଯାଆନ୍ତି ଯେମିତି, ମହାଭାରତ ଯୁଗରେ ମହାମାନୀ ଦୁର୍ଯ୍ୟୋଧନ ଅବସ୍ଥା ଅନ୍ୟାୟ ଅନୀତି କୁକର୍ମ ପ୍ରଥମେ ପ୍ରଥମେ ଅଳ୍ପ ଅଳ୍ପ ହେଉ ହେଉ ତାର କାୟା ବିସ୍ତାର କରି ଚାଲେ । ରୋକ୍‍ ଲଗାଇବ ଅବା କିଏ? ବାପା ମାଆ ତ ପୁତ୍ର ପ୍ରେମରେ ଅନ୍ଧ । ପୁଅ -ବି ଆଗପଛ ବିଚାର କରେନା, କି ଚୌ ଦିଗକୁ ବି ଚାହେଁନା । ରାଏପୁର ଗାଆଁର ଘଟଣା ଉମା ବହ୍ଲଭ ଖୁବ୍‍ ଆମାୟିକ ସ୍ୱଳ୍ପ, ମୃଦୁଭାଷୀ – ନିଜ ସୁଖେ ସୁଖୀ – ନିଜ ଦୁଃଖେ ଦୁଃଖୀ, ନିମ୍ନ ବିତ୍ତୀୟ ଶ୍ରେଣୀର ଲୋକ । ଆର୍ଥୀକ ସ୍ୱଚ୍ଛଳନ ହେଉ ବରଂ କିନ୍ତୁ ଯେତେବେଳେ ଯିଏ ତାକୁ ଯାହାବି ସାହାଯ୍ୟ ମାଗେ, ସେ ନିଜର ପାରୁ ପର୍ଯ୍ୟନ୍ତ କାୟା ମନବାକ୍ୟରେ ସାହାଯ୍ୟ କରିବାକୁ ପଛାଇ ନଥାଏ । ପୁଅ ହୃଦୟ ବହ୍ଲଭକୁ ଯେତେବେଳେ ୧୩/୧୪ ବର୍ଷ ବୟସ, ତାର ମାଆ ସେତେବେଳେ ଆରପାରିକୁ ବାଟ କାଟିଲା । ତାଙ୍କର ଝିଅ ନଥିଲା – ଏକୋଇର ବଳ ବିଶିକେଷନରେ ମୁହଁକୁ ଚାହିଁ ଦ୍ୱିତୀୟ ଦାରା ଗ୍ରହଣ ନକରି, ହୃଦୟ ବହ୍ଲଭର ମାଆ ବାପା ହୋଇ ଅତି ଯତ୍ନରେ ପାଳିନାଳି ପାଠ ପଢ଼ାଇ ବଡ଼ ମଣିଷ କରିବାର ସଂକଳ୍ପ ନେଲା । ବାପା ପୁଅ ଦୁଇଜଣ । ଘରକାମ ସାରି ପେଟପାଟଣା ପାଇଁ ରୋଜଗାର କରିବାକୁ ବାହାରକୁ ଗଲେ ମଧ୍ୟ କେବେବି, ପ୍ରୁଅକୁ କୌଣସି କିଛି କରାଇ ଦେଇ ନଥାଏ । ଏଣୁ ହୃଦୟ ଫୁଲା ଫୁଙ୍ଗୁଳାରେ ଅତି ମସ୍ତିରେ ଜୀବନ ଜିଇଁ ଦିନ କାଟିବାରେ ଲାଗିଲ ।ଏକା ଗାଁର ପଡ଼ୋଶୀ ଯୁଗଳ ଦାସ ପଡ଼ୋଶୀ ହିସାବରେ ଭାରି ଭଲ ଲୋକ ମଧ୍ୟ ବିତ୍ତୀୟ ଶ୍ରେଣୀର, ଅଭାବ ଅନାଟନ ନଥାଏ-ଭଲରେ ନହେଲେ ବି ସୁରୁଖୁରରେ ଚଳନ୍ତି । ପୁଅ ନଥାଇ ତିନୋଟ ଝିଅ ବଡ଼ ଦୁଇଙ୍କୁ ଛାଡ଼ିଲେ ଶେଷ କୋଳପୋଛା ଅଲିଅଳି ଗେହ୍ଳୀ ଝିଅର ସ୍ୱଭାବ ଢ଼ଙ୍ଗଢ଼ାଙ୍ଗ ନିଆରା । ନ ହେବ କେମିିତି କହୁନା ଏତେ ସ୍ନେହ ଆଦର? ବାପା ମାଆ ଉଭୟେ ଝିଅକୁ ମଧ୍ୟ ପୁଅ ଭଳି କାରବାର ଅମାପ ମମତାର ଫଳ ଝିଅକୁ ପଢ଼ାଇ ଉଚ୍ଚ ଶିକ୍ଷିତା କରିବାର ସଂକଳ୍ପ ନେଇଛନ୍ତି ହେଲେ କେମିତି ୟା ସମ୍ଭବ ହେବ? ଝିଅ ମଧ୍ୟ ଅସୁନ୍ଦରୀ ନହେଲେ ସେତେଟା ସୁନ୍ଦରୀ ନୁହେଁ । କଥା ଛଳରେ ଗାଁ ସାହିର ପଡ଼ୋଶୀ କେତେବେଳେ କିଏ ଥଟ୍ଟା ମଜାକରେ କହି ଦେଇଛନ୍ତି ଯେ ଦାସ ଝିଅ ରାଣୀ ହୃଦୟର ରାଣୀ ବନିଲେ ଦେଖାଯାଆନ୍ତା ସଂସାରରେ ଗତି କେମିିତି କା? କେତେ ଏ ସଂସାରରେ ମିଳିବେ? ପରଠାରୁ ଏମିତି ନାନା କଥା ଶୁଣି ଶୁଣି ବାପ ମାଆ ଉଭୟେ ଚିନ୍ତାରେ ଥାଆନ୍ତି । ଏମିତି ସ୍ଥିତିରେ ରାଣୀ ହୃଦୟ ସାଙ୍ଗରେ ମଉକାରେ ଏକ ଚାଲ୍‍ ଖେଳିଲା । ଏକେତ ଦୁଇ ଜଣଙ୍କର ଉଚ୍ଛୁଳା ଯୌବ ହୃଦୟ ନିସ୍ତାର ପାଆନ୍ତା କେମିତି? ଉମା ବହ୍ଲଭ ୟେ ସବୁ ଦେଖି ଶୁଣି, ପାଦ ତଳ ମାଟି ଖସି ଖସି ଗଲା ପରି ଓ ମୁଣ୍ଡ ଉପରେ ଆକାଶ ଛିଡ଼ି ପଡ଼ିଲା ପରି ଅନୁଭବ କରୁଥାଏ । ଯୁଗଳ ଦାସ ଝିଅ ପୁଅ ପ୍ରସ୍ତାବ ନେଇ ଉମା ବହ୍ଳଭକୁ ନାନା ପ୍ରଲୋଭନରେ ପୋତି ପକେଇ ପାଗଳ କରି ଦେଲେଣି କାହିଁକି, ନା ସାନ ଝିଅକୁ କେହି ବି ବୋହୁ କରି ନେବାକୁ ରାଜି ହୋଇ ନପାରନ୍ତି । ରାଣୀ ହୃଦୟକୁ ପ୍ରେମ ଜାଲରେ ଫସାଇ କହିଛି ଯେ, ତାକୁ ବିଭା ହେଲେ ସେ ଏତେ ଯାନି ଯୌତୁକ ଆଣିବ କି, ତାଙ୍କ ଘରର ଅବସ୍ଥା ନିଶ୍ଚୟ ବଦଳିଯିବ । ଯୌବନ ତ ଅନ୍ଧ ସୁ୍ନ୍ଦର ଅସୁନ୍ଦର କ’ଣ? ଉମାବହ୍ଲଭ ସିନା ଚିନ୍ତାରେ ମରି ମରି ବଂଚିଛି, କିନ୍ତୁ ରାଣୀ ଯଦି ବୋହୂ ହୋଇ ଆସେ ତେବେ କ’ଣ ହେବ ତାର ଭବିଷ୍ୟତ? ସଦାସର୍ବଦା ଭୟ ତ୍ରସ୍ତ-କାରଣ ପିଲାଟି ବେଳରୁ ରାଣୀକୁ ସେ ଦେଖି ଆସୁଛି । ବାପା ମାଆଙ୍କ ଗେଲବସରରେ ଲଗାମ ଛଡ଼ା ସାଙ୍ଗକୁ ଆଜି ଯୌତୁକ ପ୍ରାଚୁର୍ଯ୍ୟକୁ ନେଇ ମନରେ ଭାରି ଗର୍ବ ଅହଂକାର । ହୃଦୟ ବାପାଙ୍କୁ ପ୍ରେମ ଭକ୍ତି କରେ ମାତ୍ର ଉମା ବହ୍ଲବର ଅତୁଟ ପୁତ୍ର ମୋହ ହୃଦୟକୁ ମଣିଷ ହେବାର ପଥ ରୋଧ କରି ଦେଇଛି ।ୟା ଭିତରେ ଗାଁଠାରୁ ଦୂର ସହରରେ ହୃଦୟକୁ ଏକ ଛୋଟ ମୋଟ ଚାକିରୀ ମିଳିଯିବା ପରେ ଉଭୟ ପରିବାରର ସହମତିରେ ବାହାଘର ଯେମିତି ସେମିତି ସରିଯାଇଛି, ହେଲେ ହୃଦୟର ମନ କହୁନାହିଁ ଯେ, ତା ବାପାକୁ ଗାଁରେ ଏକ ଛାଡ଼ି ଏମାନେ ଯାଇ ସହରରେ ରୁହନ୍ତୁ ମାତ୍ର ରାଣୀ ତ ଏମିତିକା ଝିଅ – ସେ କେମିତି ଅବା ଥୟ ଧରି ରୁହନ୍ତା ଯେ? ମନରେ ନାନା କଳ୍ପନାଜଳ୍ପନା ଏମିତିକି ତା ବାପା ମା ଝିଅ କଥାକୁ ସମର୍ଥନ କରୁଛନ୍ତି, ତେଣୁ ରାଣୀ ନଛୋଡ଼ ବନ୍ଧା । ସେ ଯାଇ ସହରରେ ହୃଦୟ ସାଙ୍ଗରେ ରହିବ । ଉମା ବହ୍ଳଭ ମୁଣ୍ଡ କୋଡ଼ି ବିଷ୍ଫୋରିତ ନେତ୍ରରେ ଉପରକୁ ଚାହିଁ କର୍ମକୁ ନିନ୍ଦୁଛି ସିନା, ମାତ୍ର ପୁଅ ମନରେ ସାମାନ୍ୟ ଆଘାତ କି, ଦୁଃଖ ଦେଖି ବା ଯେମିତି ତା ପାଇଁ କାଠିକାର ପାଠ । ରାଣୀର ଗୁଣ ସ୍ୱଭାବ ପ୍ରକୃତି ଆଚାର ବ୍ୟବହାର ଦିନୁ ଦିନୁ ଅତି ମାତ୍ରାରେ ଉଚ୍ଛୃଙ୍ଖଳ କ’ଣ ବା କରିବ ସିଏ? ଗାଁ ଜନ୍ମମାଟି ଜ୍ଞାତି ପରଜନ କୁଟୁମ୍ବ ସୋଦରଙ୍କ ଅନାବିଳ ମୋହ ପ୍ରେମ ସମ୍ବନେ୍ଧ ଚିନ୍ତା ସାଙ୍ଗକୁ ରାଣୀର ଏକ ଜିଦ୍‍ ଯେ, ବାପା (ଶ୍ୱଶୁର) ଗାଁରେ ଏକା ରୁହନ୍ତୁ । ଆମେ କିନ୍ତୁ ସହରକୁ ଯାଇ ରହିବା ‘ନାରୀ ବସା ମାନବା’ । ହୃଦୟ ରାଣୀ କଥାରେ ବାଧ୍ୟବାଧକତାରେରାଜି ନ ହୋଇ, ଯିବ କୁଆଡ଼େ? ରାଣୀର ବାପ ମା ତାଙ୍କ ପାଇଁ ଦରକାରୀୟ ସାଜ ସରଞ୍ଜାମ କିଣି ଯୋଗାଇ ଦେଲେ, ଏବଂ ହୃଦୟ ରାଣୀକୁ ସାଙ୍ଗରେ ଧରି ସହରରେ ଘର ଭଡ଼ା ନେଇ ରହିବାକୁ ଲାଗିଲେ, ରାଣୀର ଉଦଣ୍ଡି ସ୍ୱଭାବ ନେଇ ପାଖ ପଡ଼ୋଶୀଙ୍କ ଠାରୁ ଏବଂ ଘର ମାଲିକ ଠାରୁ ନାନା କଥା ଅକଥା ଶୁଣି, ବାପା ଉମା ବହ୍ଲଭ ଦୁଃଖକୁ ଆଖି ଆଗରେ ନାଚି ଯାଉଥିବାର ଦେଖି ସଦା ଚିନ୍ତିତାବସ୍ଥାରେ କାମକୁ ଗଲେ ମଧ୍ୟ କେତେବେଳେ ବି ମନରେ ଖୁସୀ ନଥାଏ ୟା ଭିତରେ ଉମାବହ୍ଲଭ ପୁଅ ବୋହୂ କଥା ଦେଖି ଶୁଣି ମର୍ମେ ମର୍ମେ ହୃଦୟଙ୍ଗମ କରି “ଅଯାଗା ଘାଆ ଦେଖି ହୁଏନ କି, ଦେଖାଇ ହୁଏନା” ବଡ଼ ଚିନ୍ତାରେ ଶୁଷ୍କ କାଷ୍ଠ ବତ୍‍ ବାର ବରଷର ମଳୁ ପରି ଶୁଖି କଣ୍ଟା ହୋଇଗଲାଣି । ଅତି ମାତ୍ରାରେ ପୁଅ ମୋହରେ ଅନ୍ଧ ହୋଇ । ହସ ଖୁସି ସଂସାରକୁ ଅନ୍ଧକାରମୟ ଅସାର କରି କ’ଣ କରିବି? କ’ଣ କରିବି? ପ୍ରଳାପ ଛଡ଼ା ଅନ୍ୟ କିଛି ଗତିନାହିଁ । ପୁଅ ହୃଦୟ ବହ୍ଳଭ ବାପା ଆଗରେ ଅବସ୍ଥା ଦେଖି ଦୁଃଖରେ ନିର୍ଜିବ କଳବତ୍‍ ଚଳନଶୀଳ ଅଥଚ, ରାଣୀର ହାତରେ ରିମୋଟ କଣ୍ଟ୍ରୋଲ୍‍ ସୁଇଚ୍‍ ତା ମୁତାବକ ସେ ଚଳାଇବାରେ ବ୍ୟସ୍ତ ହୃଦୟ – ଚାହିଁ ବି, କିଛି କରିପାରୁ ନାହିଁ – କହୁନାହିଁ । ସହର ଭଡ଼ାଘରର ପଡ଼ୋଶୀ ହିସାବରେ ବିହାରର ଏକ ଲଫଙ୍ଗା ଯୁବକ ହୃଦୟ ଏବଂ ରାଣୀଙ୍କର ବିଶ୍ୱାସଭାଜନ ଅତି ପ୍ରିୟ ବନ୍ଧୁ ବନିଗଲାଣି, ଅଥଚ ତା’ର ଭିତିରି ମସୁଧା ଅଲଗା ଯାହାକି ପ୍ରତ୍ୟେକ କାର୍ଯ୍ୟକଳାପରୁ ଅନୁମେୟ । ହୃଦୟ ଡ଼ରିମରି ସ୍ୱାଭିମାନି ମନ୍ତ୍ରବଶ ତୁଲ୍ୟ ପୋଷା ଜୀବ ପ୍ରକାରେ ରାଣୀ ଆଜ୍ଞା ପାଳନ କରୁ କରୁ ଦଶହରା ବେଳକୁ ହୃଦୟ ରାଣୀ ଉଭୟ ଗାଁକୁ ଯାଇ ବୁଲି ଆସିବାକୁ ମନସ୍ଥ କରି ଯାଇଛନ୍ତି ଏବଂ ହୃଦୟ ନାନା ପ୍ରକାରେ ରାଣୀକୁ ବୁଝାଇ ନେହୁରା ହୋଇ, ବାପାଙ୍କୁ ସାଙ୍ଗରେ ସହର ନେଇଯିବାର ସ୍ଥିର କରିଛନ୍ତି ଏବଂ ରାଣୀର ବାପା ମା ଝିଅକୁ ଏଣୁ ତେଣୁ ନାନା ପ୍ରକାର ଯାହା କି ଗାଉଁଲି ଭାଷାରେ “ବୋଝ ଭାର” କୁହାଯାଏ ସେମିତି ଭୁଜା ଚୁଡ଼ା ମୁଢ଼ି ପିଠାପଣା ଡ଼ାଲି ଚାଉଳ, ବଡ଼ି ଆଚାର ଲେମ୍ବୁ ନଡ଼ିଆ ଇତ୍ୟାଦି ସଜେଇ ସାଜେଇ ଝିଅ ଜ୍ୱାଇଁଙ୍କୁ ବିଦା କଲେ ଏବଂ ଉମା ବ୍ରହ୍ଲଭ ଯନ୍ତ୍ରବତ୍‍ ତାଙ୍କ ସାଙ୍ଗରେ ବାହାରି ଗଲେ । ଉମା ବହ୍ଳଭ ରାଣୀର ପ୍ରୀତିନାଗର ଯୁବକର ଚକ୍ଷୁଶୀଳ ହେବା ସ୍ୱଭାବିକ ତାପରେ ସେ ଆସି ଏଠି ରହିଲେ ପ୍ରେମର ପରିପନ୍ଥି ନିଶ୍ଚୟ ନ ହେଲେ ବି, ସବୁଟାରେ ଆଉ ସେମିତି ଖୁଲମ୍‍ଖୁଲା ହେବନି କି’ । ଅସଲ ମଜା ଆସିବନି । ହୃଦୟବହ୍ଳଭ ସ୍ତ୍ରୀ ଆଗରେ ବୀରଦର୍ପରେ ବାପା ବିରୁଦ୍ଧାଚରଣ ଓ ସ୍ତ୍ରୀ କଥାକୁ ଅନ୍ତରର ସହିତ ନହେଲେ ବି, ଉପର ଠାଉରିଆ ସମର୍ଥନ କରୁଥିବାରୁ ସେ ଦୁହିଁଙ୍କ ମନରେ ସାମାନ୍ୟତମ ଆଶ୍ୱାସନା, ଏମିତିରେ କେତେଦିନ ବିତିଲା ପରେ ବିହାରୀ ଯୁବକର ପ୍ରରୋଚନାରେ ଦୁହେଁ ଏକ ନାଟକ ସୃଷ୍ଟିର ଖସଡ଼ା ଆୟୋଜନ କଲେ । ଉମାବହ୍ଲଭ ଆକ୍ତାମକ୍ତା କିଛି ଯେମିତି ଶୁଭୁନି କି ପୁରୁନି ସବୁ ଜାଣି ମଧ୍ୟ ନଜାଣିବା ଅଗୁମାର ଭଳି ଦିନ ବିତାଉଥାଏ, କିନ୍ତୁ କୌଣସି କିଛି କଥାକୁ ମନରେ ଗୁରୁତ୍ୱର ସହ ନେଇ ନଥାଏ, ନେଲେ ବା କ’ଣ କରି ପାରିବ ସେ? ଦେଖୁଛି ଯେ ପୁଅ ତ ଏକ ପ୍ରକାର କାଳିଆ, ମେଣ୍ଢା ପାଲଟି ଯାଇଛି । କର୍ମକୁ ଠୁକି-ଧର୍ମକୁ ସାକ୍ଷୀ ରଖି ଅସହ୍ୟ ମାନସିକ ଯନ୍ତ୍ରଣାରେ ଶବ ତୁଲ୍ୟ ବଂଚି ରହିଛି । ଦିନ ପରେ ଦିନ ବିତି ଏମିତି ପୁଷମାସ ହାଡ଼ଭଙ୍ଗା ଜାଡ଼ ପଡ଼ିଥାଏ କିନ୍ତୁ ଉମା ବହ୍ଲଭ ଖାଲିଟାରେ ବସି ବସି ସିନା ଶୀତ ଅନୁଭବ କରୁଥାଏ, ମାତ୍ର କିଛି ବି ଅସୁବିଧା ସମ୍ପର୍କେ ପାଟି ନଫିଟାଇଲେ କ’ଣ ହେବ? ରକ୍ତ ମାଂସର ଶରୀର କେତେ ବା ବରଦାସ୍ତ କରନ୍ତା? ସାଂଘାତିକ ଭାବେ ଥଣ୍ଡା ଜ୍ୱରରେ ପଡ଼ି, କାଶୁଥିଲେ ମଧ୍ୟ ରାଣୀର ଏସବୁ ହଜମ ହେଉ ନଥାଏ କାହିଁକି ନା ବିହାରୀ ରସିକ ପ୍ରବରର ଖସଡ଼ା ମୁତାବକ, ରାଣୀ ହୃଦୟକୁୂ କହି ବୋଲି ଯେମିତି ବି, ହେଉ ଆଜି ସଂନ୍ଧ୍ୟା ପୂର୍ବରୁ ଘରୁ ଏକୁଟିଆ ଡ଼ାକିନେଇ କୌଣସି ଅଜଣା ଯାଗାରେ ଛାଡ଼ିଦେଇ ଆସିବାର ଯୋଜନା ହୋଇଗଲା ଏବଂ ଅଭିନୟ ପଟୁ ହୃଦୟ କାଠ ପାଷାଣ ପାଲଟି ଯାଇ ସୁଦୁ ଡ଼ାହାମିଛରେ ଡ଼ାକ୍ତରଖାନା ଆଳ ଦେଖାଇ ବାହାନା କରି, ଟେମ୍ପୋରେ ବସାଇ ଘରଠାରୁ ଦୂର ଜାଗାକୁ ନେଇ, ବାପା ଏଇଠି ବସିଥାଅ – ମୁଁ ମୋର ସାଙ୍ଗକୁ ଡ଼ାକି ଆଣେ – ତୁମେ ଏଠୁଁ କୁଆଡ଼େ ଯିବନାହିଁ ଆସିଲେ – ଡ଼ାକ୍ତରଖାନା ଯାଇ ଡ଼ାକ୍ତର ଦେଖାଇ ଔଷଧ ପତ୍ର ଆଣିବା କାଲୁଆ ପବନରେ ଉମାବହ୍ଲଭ ଦେହରେ ମଧ୍ୟ ସେମିତି ଶୀତ ଚାଦର କି ଲୁଗାପଟା କିଛି ନାହିଁ । ଥରୁ ଥରୁ ହୋଇ ଥଣ୍ଡା କାଶରେ ପ୍ରାଣ କଣ୍ଠାଗ୍ରତ । ସେ ବାଟ ଦେଇ ଯିଏ ଯେତେ ଯାଉଥିଲା ବାଟୋଇ ପାଖକୁ ଆସି ଏ ଦୁôଃଖ ଦୁର୍ଦ୍ଦଶା ଦେଖି ପଚାରିକ ବଚାରି ନୟାନ୍ତ ହେଲେ ବି ଉମାବହ୍ଲବ ପ୍ରୁଅର ପ୍ରକୃତ ସଠିକ ଘଟଣା ସମ୍ପର୍କେ କାହାକୁ କିଛି କହୁ ନହିଁ କି ପୁଅର ଅମଙ୍ଗଳ କଥା ଚିନ୍ତା ନ କଲେ ବି ସନ୍ଦେହରେ ନାନା ଅଘଟଣା କଥା ଚିନ୍ତା କରି କରି କାନ୍ଦିବାରେ ଲାଗିଥାଏ ସତ ହେଲେ ପୁଅ ବୋହୂଙ୍କ ଅସଲିୟତ କଥା କାହା ଆଗେ କହୁନଥାଏ । ଖାଲି ଏତିକି ମାତ୍ର ଥୁରୁ ଥୁରୁ କଣ୍ଠରେ କହୁଥାଏ କି, ମୋ ପୁଅ ଏଇନା ଆସିବ ମାତ୍ର ଦେଖଣାହାରୀ ମାନେ ଅତିଷ୍ଠ ହୋଇଉଠି – କୁହ ମଉସା! ତୁମ ପୁଅ ନାମ କ’ଣ? କେଉଁଠି କ’ଣ କରେ? କି ଚାକିରି କରେ? କେଉଁଠି ରହେ? ତାର କିଛି ଠିକଣା ଜାଣିଛ ଯଦି କୁହ? – କି ନହେଲେ ଆମ ସାଙ୍ଗରେ ଚାଲ – ଆଉ କେତେବେଳ ଯାଏଁ ଏଇମିତ ଦହଗଞ୍ଜ ହେଉଥିବ? ହେଲେ ଏ ସମସ୍ତଙ୍କର ଗତିବିଧି ଲକ୍ଷ୍ୟ କରି ନାନା ଲୋକଙ୍କ ଠୁଁ – ନାନା କଥା ଶୁଣି ଶୁଣି ଶୀତ ପ୍ରକୋପରେ କାଲୁଆ ପାଲଟି ଯାଇ ଆଉ ମଧ୍ୟ ସେମିତିରେ ଉମାବଲ୍ଲବ ସହରରେ ନୂଆ ଜାଗା ସମ୍ବନେ୍ଧ କିଛି ବି ଗୋଚର ନାହିଁ କି ଠିକଣା ଜଣା ନାହିଁ । ଆଉ କହିବା ବା କ’ଣ? ନିର୍ଦ୍ଦୟ ଈଶ୍ୱର କ’ଣ ପାଇଁ କି କାରଣେ ତା ପାଇଁ ପାଷାଣ ପାଲଟିଛନ୍ତି? ଲୋକଙ୍କ ଭିତରୁ କେହି ଜଣେ କହିଲେ – ଏ ପରା ସେ ହୃଦୟବହ୍ଲଭ ବାପା – ସେ କମ୍ପାନୀରେ ଚାକିରି କରେ – ସେଠାରେ ଘରଭଡ଼ା ନେଇ ରହେ । ଚାଲ ଏ ମଉସାଙ୍କୁ ନେଇ ସେଠାରେ ପହଞ୍ଚାଇ ଦେଇ ତା ପୁଅ ପଣିଆକୁ ସେଠାରେ ପରଖି ନେବା, ଆଉ ଆପଣମାନଙ୍କ ବିଚାରକୁ ଯାହା ସୁହାଇବ ତାହା ହିଁ କରିବା । ଉମାବହ୍ଲଭ କିନ୍ତୁ ଯିବାକୁ ନାରାଜ । ଏଣୁ ସମସ୍ତେ ପ୍ରକୃତ ତଥ୍ୟକୁ ନେଇ ନିଜ ନିଜ ବିଚାର ବିବଚେନାରେ ଅସଲକୁ ଅବଗତ । ୟା ଭିତରେ ଏକୁ ଏକ ହୋଇ ଅନେକ ଲୋକ ଯୁଟି ଉମାବହ୍ଲଭଙ୍କୁ ଗାଡ଼ିରେ ବସାଇ ସମସ୍ତେ ହୋ ହାଲ୍ଲା କରି ଦେଖିଥବା, ଜାଣିଥିବା ଲୋକର ବତେଇବା – ବାଟ କଢ଼େଇବା ମୁତାବକ ଠିକଣାରେ ପହଞ୍ôଚ ଦେଖନ୍ତି ତ ହୃଦୟ ନାହିଁ ଅଥଚ ଆଉ ଯାହା ଘଟଣାବଳୀ ଓ ଦୃଶ୍ୟାବଳୀ ଦେଖି ଉତ୍ତପ୍ତ ହେଲେ ବି ନିସ୍ତବ୍ଧ । ହତ ଚକିତ ଆକ୍ତାମାକ୍ତା ଏଇ ତ ଭାରତୀୟ ସମ୍ବିଧାନ – ମାନବାଧିକାର ଆଇନ ।
ଆର୍ତ୍ତବନ୍ଧୁ ଦାସ
ବରମୁଣ୍ଡା ହାଉସିଂ ବୋର୍ଡ଼ କଲୋନୀ, ଏଚ୍.ଆଇ.ଜି ସି/୮୬
ଭୁବନେଶ୍ୱର-୩, ମୋ: ୯୪୩୭୫୮୦୨୪୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ