ଇତିହାସ ରଚିଲେ ଓଡ଼ିଆ ପୁଅ ଆସ୍ୱାଥ ନାରାୟଣନ

୪୫ ତମ ୱାର୍ଲଡ ସ୍କିଲ ପ୍ରତିଯୋଗିତାରେ ଓଡ଼ିଶାର ଆସ୍ୱାଥ ନାରାୟଣନଙ୍କୁ ସ୍ବର୍ଣ୍ଣ ମିଳିଥିବାବେଳେ ୱାଟର ଟେକ୍ନୋଲୋଜିରେ ସେ ସ୍ବର୍ଣ୍ଣ ଜିତିଛନ୍ତି । ନାରାୟଣନଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ଆସ୍ୱାଥ ନାରାୟଣନଙ୍କ କୃତିତ୍ୱ ଓଡିଶା ପାଇଁ ଗର୍ବର ବିଷୟ । ଏହି ପ୍ରତିଯୋଗିତାରେ ୬୩ଟି ଦେଶ ଭାଗ ନେଇଥିବାବେଳେ ଜଳ ସମ୍ବଦ୍ଧିୟ ପ୍ରକଳ୍ପ ନିର୍ମାଣ କରି ଆସ୍ୱାଥ ସ୍ବର୍ଣ୍ଣ ଜିତିଥିଲେ । ଏହି ଅଵସରରେ ଓଡିଶା ସ୍କିଲ ଡେଭଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ମଧ୍ୟ ଆସ୍ୱାଥଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ