ମୋ ତୁଳୀରେ କେନ୍ଦ୍ରାପଡାର ମା’ ଗଜଲକ୍ଷ୍ମୀ ପ୍ରତିଯୋଗୀତା ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମୀରପାଟଣା ସ୍ଥିତ କ୍ରିଷ୍ଣା ସ୍କୁଲ ଅଫ୍ ଆର୍ଟ ଆଣ୍ଡକ୍ରାଫ୍ଟ ସ୍କୁଲ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ “ମୋ ତୁଳୀରେ କେନ୍ଦ୍ରାପଡାର ମା’ ଗଜଲକ୍ଷ୍ମୀ” ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ କେନ୍ଦ୍ରାପଡା ଜିଲ୍ଲାର ୫୧ଟି ସ୍କୁଲ ଓ କଲେଜର ୫୭ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସ୍କୁଲ ପରିସରରେ ଅବସରପ୍ରାପ୍ତ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ସୁରେଶ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଜୟ ସାମଲ ଓ ଅମୀୟ ନାୟକ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ ସୈାମ୍ୟରଞ୍ଜନ ପଟ୍ଟନାୟକ ବିଦ୍ୟାଳୟରେ ଚିତ୍ର ଶିକ୍ଷାର ଆଭିମୁଖ୍ୟ ଓ ସାମାଜିକ ଜୀବନରେ ଚିତ୍ରଶିକ୍ଷାର ମହତ୍ୱ ଏବଂ କେନ୍ଦ୍ରାପଡା ଓ ଓଡିଶାର କଳା କ୍ଷେତ୍ରରେ କୁନି ଚିତ୍ରଶିଳ୍ପୀ ମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଯୋଗଗୁରୁ ସଞ୍ଜୟ ମଥାନ ମଞ୍ଚ ପରିଚାଳନା କରିଥିଲେ । ଚିତ୍ରଶିଳ୍ପୀ ଶାତାଦ୍ଧୀ ରାଉତରାୟ, ଦିନେଶ କୁମାର ବେହେରା, ସରୋଜ କୁମାର ଦାସ, ପ୍ରଭାତ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ଚିତ୍ରଶିଳ୍ପୀ ସୈାମ୍ୟରଞ୍ଜନ ଧନ୍ୟବାଦ ଅର୍ପଣ କରିଥିଲେ ।