ମୋ ପରିବାର’ ଜୀବନବିନ୍ଦୁ ‘ରାଇରଙ୍ଗପୁର ଆନୁକୁଲ୍ୟରେ ୧୦୮ ୟୂନିଟ ରକ୍ତ ସଂଗ୍ରହ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଆଜି ରାଇରଙ୍ଗପୁର ବିଜେଡି ଆନୁକୁଲ୍ୟରେ ସ୍ଥାନୀୟ ପିସିଏମ କ୍ଲବ ପରିସରରେ ଓଡିଶା ମୋପରିବାର ‘ଜୀବନବିନ୍ଦୁ’ ଆନୁକୁଲ୍ଯରେ ୧୦୮ ୟୂନିଟ ରକ୍ତ ସଂଗ୍ରହ କରାଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ମାନବ କଲ୍ଯାଣ ଘୋଷଣାକୁ ସମ୍ମାନ ଜଣାଇ ରାଇରଙ୍ଗପୁର ବିଜେଡି ତରଫରୁ ଦଳୀୟ କର୍ମୀ ଏବଂ ସାଧାରଣ ଜନତାଙ୍କୁ ବୁଝାଇ ସ୍ବେଛାକୃତ ରକ୍ତଦାନ ଆୟୋଜନ କରାଯାଇଛି । ଆଜି ରାଇରଙ୍ଗପୁର ପୌରାଞ୍ଚଳର ଯୁବ ସମାଜସେବୀ ବିଜେଡି ନେତା ଦିପ୍ତୀମାନ ବଳ ଙ୍କ ଜନ୍ମ ଦିନ । ତାଙ୍କରି ବଳିଷ୍ଠ ଉଦ୍ୟମରେ ଏହି ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ରକ୍ତଦାନ ମହତ କାମକୁ ମୁଖ୍ୟ ଅତିଥି ବିଶିଷ୍ଟ ନାରୀନେତ୍ରୀ ତଥା ରାଜ୍ୟ ସଭା ସାଂସଦ ମମତା ମହାନ୍ତଙ୍କ କରକମଳରେ ଶୁଭ ଉଦ୍ଘାଟିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ସଭାପତିତ୍ବ କରିଥିଲେ ।ଦଳର ଉଲ୍ଲେଖନୀୟ ସେବା ପାଇଁ ପୂର୍ବତନ ବିଧାୟକ ସାହିବାଶୁଶିଲ ହାଁସଦା, ବିଧାୟକ ପ୍ରାର୍ଥୀ ବାସନ୍ତୀ ମାର୍ଣ୍ଡୀ,ଜେମାମଣି ଷୁଣ୍ଡି, ଗୋପାଳ ବେଶ୍ରା, ଗୌରୀ ଦତ୍ତ,ସଂଜୟ ନନ୍ଦ,ପ୍ରଭାତ ପଟ୍ଟନାୟକ,ପ୍ରତିଭା ମହାନ୍ତ,ଭିକି ଶର୍ମା, ପୂର୍ଣ୍ଣିମା ମହାନ୍ତ,,ତନୁଜା ମହାନ୍ତ,ବିକାଶ ମହାନ୍ତ,,ଗତିକୃଷ୍ନ ମହାନ୍ତ, ସୁଶାନ୍ତ ବାରିକ,ରୁବି ସିଂ ମୋଦକ ନୀଳାଦ୍ରି ବେଶ୍ରା,,ଟନି ପଣ୍ଡା ,ପରେଶ ମୁଣ୍ଡା,ଚନ୍ଦନ ସେଚପଡା,ସାଜିଦ ହୂସେନ , ସାରଥୀ ମୁର୍ମୁ ବନ୍ଦିତାଆ କୈବର୍ତ୍ଯ, ବିଶ୍ବନାଥ ସୋରେନ,ଦୀପକ ମିଶ୍ର,ବିଶ୍ବନାଥ ବେଶ୍ରା ଏବଂ ଅନ୍ୟ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ସମ୍ବର୍ଧନା ଉତ୍ସବରେ ସହ ଅନ୍ୟତମ ଅତିଥି ରାଜ୍ୟର ବରିଷ୍ଠ ବିଜେଡି ନେତା ମନୁ ଚୌଧୁରୀ, ଜିଲ୍ଲାର ବରିଷ୍ଠ ବିଜେଡି ନେତା ପାର୍ଥ ସାରଥି କବି,ଜଲେନ ନାଏକ ରାଜ୍ୟ ବିଜେଡି ନେତା ଜାହିର ଖାନ, ସୁବାସ ମଣ୍ଡଳ,ଜୀମୂତକାନ୍ତି କବି, ଉମାକାନ୍ତ ମହାନ୍ତି, ସ୍ବରୂପ ବେହେରା, ଖୁଦିରାମ ମହାନ୍ତି,ସଦର ଜିଲ୍ଲା ବିଜେଡି ଯୁବ ସଭାପତି ଅଭିଷେକ ପଟ୍ଟନାୟକ, ରାଜ୍ୟ ଯୁବ ବିଜେଡ଼ି ନେତା ଗଣେଶ ମିଶ୍ର, ସୁଜିତ ପ୍ରଧାନସେକ୍ ସମିମ,ଗୋପାଲ ଦାସ,ଯୁଗଳ କିଶୋର ଚାନ୍ଦଗୋଟିଆ,ରଂଜିତା ଲେଙ୍କା, ସାର୍ଥକ ମହାନ୍ତ, ମହମ୍ମଦ ଭୁଟୋ, ବିଶ୍ବରଂଜନ ପଟ୍ଟନାୟକ ପ୍ରହରାଜ,ଆନନ୍ଦ ସିଂ, ଭାଗିରଥି ବେଶ୍ରା, ଆହ୍ବାନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଯୁବ ଛାତ୍ର ତରୁଣ ନେତା ବନ୍ଧନ ବଳ,ସିକନ୍ଦର ଦାସ,ସୌମିକ ଦାସ କାନୁନଗୋ, ଅଭିଷେକ ମହାନ୍ତି, ସତ୍ୟବ୍ରତ ଦାସ,ବାସୁଦେବ ଗିରି ନଳିନୀ କାନ୍ତ ମଣ୍ଡଳ,ଚିନ୍ମୟ ଦାସ,ଲିକୁ ଦାସ,ଝୁଲା ସାହୁଙ୍କ,ଅଭିଯୋଗ ବଳ,ଜିଜୁଲ ଖାନ,ନିହାର। ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ବିଜେଡି ନେତା ଆଇନଜୀବୀ ଗୌରୀଶଙ୍କର ଦତ୍ତ ଏହି ରେକର୍ଡ ପରିମାଣରେ ରକ୍ତ ସଂଗ୍ରହ ପାଇଁ ସମସ୍ତଙ୍କ ସାଧୁ ଉଦ୍ୟମ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ