ଆକାଶିଆ ଗଛରୁ ନାବାଳକର ଝୁଲନ୍ତା ମୃତ ଦେହ ଉଦ୍ଧାର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଳକରେ ବଣକାଟି ଗ୍ରାମ ପଞ୍ଚାୟତର ବାରାଜିଆଣି ଗ୍ରାମର ଜନୈକ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା ଭଳି ଏକ ଅଭାବନୀୟ ଘଟଣା ଆଜି ଘଟିଯାଇଛି । ସୂଚନାଯୋଗ୍ୟଯେ ବାରାଜିଆଣି ଗ୍ରାମର ଦୁବରାଜ ମୁର୍ମୁ ର ୧୨ ବର୍ଷୀୟ ପୁଅ ଚାନ୍ଦୁରାମ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆଜି ଦିନ ୧୧ଟା ପାଖାପାଖି ସମୟରେ ଗାଁ ମୁଣ୍ଡ କେନାଲ ପାଖ ଆକାଶିଆ ଗଛରେ ଗାମୁଛା ଲଗାଇ ଜୀବନ ହାରି ଦେଇଥିଲା । ଗାଁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଏବଂ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ଅପମୃତ୍ୟୁ ମାମଲା ୩୦/୨୦ କେଶ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇବା ସହ ଘଟଣା ତଦନ୍ତ କରୁଛନ୍ତି । ନାବାଳକର ମୃତ୍ୟୁରେ ଗାଁରେ ଶୋକରେ ଛାୟା ଖେଳିଯାଇଛି ।


