ମୋ ସେବାକେନ୍ଦ୍ରରେ ଆଧାର କାର୍ଡ ପାଇଁ ଟଙ୍କା ଶୋଷଣ
ମୋହନା, (ଅଂଶୁମାନ ପଣ୍ଡା):ଲୋକଙ୍କୁ ସେବା ଯୋଗାଇବା ପାଇଁ କେନ୍ଦ୍ର ସରକାର ଜନସେବା କେନ୍ଦ୍ର ପ୍ରତ୍ୟେକ ଗ୍ରାମ ଓ ସହରରେ ଯୋଗାଇଚ୍ଛନ୍ତି ।ଯାହା ଦ୍ୱାରା ଲୋକେ ହାତ ପାହାନ୍ତାରେ ପାଈ ପାରିବେ ସମସ୍ତ ସୁବିଧା। ଟଙ୍କା ଉଠାଇବା ଠାରୁ ନେଇ ବିଭିନ୍ନ ସରକାରୀ କାମ କମ ଖର୍ଚ୍ଚ ଓ କମ ସମୟରେ ହୋଇପାରିବ।ସେହିପରି ଲୋକଙ୍କୁ ନୂତନ ଆଧାର କାର୍ଡ , ସଂଶୋଧନ କରାଇବା ପାଇଁ ପ୍ରତ୍ୟେକ ବ୍ୟାଙ୍କ ଶାଖା ଓ ବ୍ଲକରେ ଆଧାର କେନ୍ଦ୍ର ଖୋଲା ଯାଇଛି। ତାହା ମଧ୍ୟ ସରକାରଙ୍କ ନିତୀ ନିୟମ ଅନୁଯାୟୀ । ଲୋକଙ୍କୁ ୪୦ରୁ ୬0ଟଙ୍କା ବିନିମୟରେ ସମସ୍ତ ସୁବିଧା ଯୋଗାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ହେଲେ ସେହି ମାଗଣା ସେବା ଏବେ ପାଲଟିଛି ସାଧାରଣ ଲୋକ ଙ୍କୁ ଶୋଷଣ କରିବାର ଏକ ପ୍ରମୂଖ ବେପାର । ମୋହନା ବ୍ଲକରେ ଗୋଟିଏ ଆଧାର କେନ୍ଦ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲା ଯାଇଛି। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ । ଏଠାକୁ ଲୋକେ ଆସି ନିଜର କାମ କରି ଯାଆନ୍ତି। କିନ୍ତୁ ବେଆଇନ୍ ଭାବେ ଜିଲ୍ଲା ପ୍ରଶାସନ ଓ ରାଜସ୍ବ ବିଭାଗକୁ ଦିନ ଦିପହରେ ଅନ୍ଧ କରି ମୋହନା ବ୍ଲକର ଚନ୍ଦ୍ରଗିରି ଗ୍ରାମଠାରେ ରହିଥିବା ରାଜ୍ୟ ସରକାରଙ୍କ ମୋ ସେବା କେନ୍ଦ୍ର ଯାହାକି ରହିଛି ସନ୍ତୋଷ ସାବତଙ୍କ ନାମରେ। ଉକ୍ତ ମୋ ସେବା କେନ୍ଦ୍ରରେ ଗୁରୁବାର ଓ ଶନିବାର ଦିନ ନୂତନ ଆଧାର କାର୍ଡ ପ୍ରସ୍ତୁତି ଓ ସଂଶୋଧନ କରାଯାଉଛି ।ତାହା ମଧ୍ୟ ଅନ୍ୟ ବ୍ଲକର ଆଇଡିରେ । ଗୋଟିଏ ଲୋକ ପିଛା ଆଧାର କାର୍ଡ ପ୍ରସ୍ତୁତି ପାଇଁ ନେଉଛନ୍ତି ୨ ଶହ ଟଙ୍କା। ଏହାକୁ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଅନ୍ୟ ବ୍ଲକରେ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସାବତ କିଭଳି ଚନ୍ଦ୍ରଗିରି ଠାରେ ମୋ ସେବା କେନ୍ଦ୍ର ଖୋଲି ଜନ ସାଧାରଣଙ୍କୁ ଲୁଟିବାରେ ଲାଗିଛନ୍ତି। ମୋ ସେବାକେନ୍ଦ୍ର ଚଳାଉଥିବା ବ୍ୟକ୍ତି ଖାଲି ସେତିକି ନୁହେଁ କାଳେ କେହି ଧରା ପକାଇଦେବ ଭାବି ଲୋକଙ୍କୁ ରସିଦ ନଦେଇ ନିଜ ପାଖରେ ରଖି ନିରୀହ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ଉକ୍ତ ଆଧାର କେନ୍ଦ୍ର ଟି ନୂଆଗଡ ଓ ଉଦୟଗିରୀ ପାଇଁ ରହିଥିବା ବିଶେଷ ସୂତ୍ରରୁ ପ୍ରକାଶ କରିଛନ୍ତି ଅଞ୍ଚଳ ବାସୀ