ମୌଦା ପ୍ରିମିୟର ଲିଗ, ଏମ.ଡି ଇଲେଭେନ ଚମ୍ପିୟନ
ହାଟଡିହି, (ବିକାଶ ବିଶ୍ୱାଳ):ଆଜି ସଢା ପଞ୍ଚାୟତ ମୌଦା ଗ୍ରାମରେ ନେତାଜୀ ୟୁଥ୍ କ୍ଲବ ପକ୍ଷରୁ ‘ମୌଦା ପ୍ରିମିୟର ଲିଗ’ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ୪ଟି ଦଳ ଭାଗ ନେଇଥିଲେ | ଆଜିର ଫାଇନାଲ ମ୍ୟାଚ ଇ-ଲାଇଟ ଓ ଏମ.ଡି ଇଲେଭେନ ମଧ୍ୟରେ ଖେଳାଯାଇଥିଲା । ଏମ.ଡି ଇଲେଭେନ ପ୍ରଥମେ ଟସ୍ ଜିତି ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇ ନିର୍ଦ୍ଧାରିତ ୧୦ଓଭରରେ ୧୧୪ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଇ-ଲାଇଟ ମାତ୍ର ୬୩ରନ ସଂଗ୍ରହ କରିଥିଲା। ରଞ୍ଜନ କୁମାର ଜେନା ଏବଂ ଅରୁଣ ଜେନା ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ସୁବୋଧ କୁମାର ସାହୁ, ସମାଜସେବୀ ମନରଞ୍ଜନ ନାୟକ, ଶିକ୍ଷାବିତ ରବୀନ୍ଦ୍ର ବାରିକ, ଏବଂ ଅଧ୍ୟାପକ ପ୍ରଫୁଲ କୁମାର ରାଉତ ଯୋଗଦେଇ ଚମ୍ପିୟାନ ଓ ରନର୍ଷଅପ ଦଳକୁ ପୁରସ୍କାର ବିତରଣ କରିଥିଲେ।