ମୌଳାଭଞ୍ଜl ପୋଲ ନିକଟରୁ ଅଚିହ୍ନା ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର
ସାନଖେମୁଣ୍ଡି (ପଦ୍ମଲୋଚନ ପାଣିଗ୍ରାହୀ) ସାନଖେମୁଣ୍ଡି ବ୍ଲକ୍ ମୌଲଭଞ୍ଜl ପଂଚାୟତ ଦିଗପହଣ୍ଡି ଥାନା ଅନ୍ତର୍ଗତ ଘୋଡାହ ନଦୀ ପଠାନିକଟରୁ ସୋମବାର ଜଣେ ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛି ଦିଗପହଣ୍ଡି ପୋଲିସ । ପାରିପାର୍ଶ୍ୱିକ ସ୍ଥିତି ଓ ଘଟଣା ନେଇ ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି। ଉକ୍ତ ଅଂଚଳରେ ସୋମବାର ଭୋରୁ ଜଣେ ଯୁବକ ଟ୍ରାକ୍ଟର ଗାଡ଼ି ଘୋଡାହାଡ ନଦୀକୁ ଧୋଇବାକୁ ଯାଇଥିବା ବେଳେ ପୋଲ ନିକଟରେ ଏକ ମହିଳା ଙ୍କ ଦୁର୍ଗନ୍ଧ ହେଉଥିବା ଦେଖି ଥିଲେ ଯେ ଜଣେ ମହିଳାଙ୍କ ଗଳିତ ମୃତ ଦେହ ଦେଖି ଗ୍ରାମର କିଛି ଲୋକଙ୍କୁ ଜଣାଇଲେ l ଖବର ପାଇ ଦିଗପହଣ୍ଡି ପୋଲିସ,ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଚିକିଟି ଏସଡିପିଓ,କୃଷ୍ଣଚନ୍ଦ୍ର ଭତ୍ର ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ମିଶ୍ରଓ ବ୍ରହ୍ମପୁର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ l ଏନେଇ ଦିଗପହଣ୍ଡି ପୋଲିସ ଏକ ଅପମୃତ ମାମଲା ୧୫/୨୧ ରୁଜୁ କରି ତଦନ୍ତ କରୁଥିବା ବେଳେ ବର୍ତମାନ ସୁଦ୍ଧା ମହିଳା ଙ୍କ ପରିଚୟ ମିଳିପାରିନାହିଁ l ଏନେଇ ଦିଗପହଣ୍ଡି ପୋଲିସ ମୃତ ଦେହ ଜବତ କରି ବ୍ରହ୍ମପୁର ବଡ ମେଡିକାଲ ଵ୍ୟଵ ଛେଦ ପାଇଁ ପଠାଇଥିବା ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।ଅନ୍ୟପକ୍ଷେ ମୃତ ମହିଳା ଙ୍କ ପରିଚୟ ତଦନ୍ତ ପାଇଁ ଜରୁରୀ ହୋଇଥିବାରୁ ପୋଲିସ ରାଜ୍ୟର ସମସ୍ତ ଜିଲାକୁ ଯୋଗାଯୋଗ କରିଥିବାବେଳେ ପଡୋଶୀ ରାଜ୍ୟକୁ ମଧ୍ୟ ସୂଚନା ଦିଆଯାଇଛି। ମହିଳାଙ୍କ ବୟସ ୨୦ ରୁ ୨୨ ବର୍ଷ ହୋଇଥିବା ଅନୁମାନ କରାଯାଇଥିବା ଜଣା ପଡ଼ିଛି ।