ମରଣଯନ୍ତା ପାଲଟିଛି କାଣ୍ଡବା-ଇଟୁଆ ଗ୍ରାମ୍ୟ ଉନ୍ନୟନ ରାସ୍ତା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଆଗରପଡା-କୁପାରୀ ପୂର୍ତ୍ତ ବିଭାଗ ରାସ୍ତାର କାଣ୍ଡବା-ଇଟୁଆ ୧୦ କିମି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଟି ଏବେ ମରଣଯନ୍ତାରେ ପରିଣତ ହୋଇଛି । ରାସ୍ତାରେ ଖାଲଖମା ସୃଷ୍ଟି ହୋଇ ଆଣ୍ଠୁଏ ପାଣି ଜମି ରହିଛି । ଯାତାୟତ ବେଳେ ବହୁ ସାଇକେଲ ଓ ମରଟଯାନ ଆରୋହୀ ପଡି ଆହତ ହୋଇଛନ୍ତି । ଏହି ରାସ୍ତାଟି ବାଲେଶ୍ୱର ଜିଲାର ଖଇରା ବ୍ଲକ ଅଧିନ ବରଦା, ଅନ୍ତରା, ଅଡା, ବର୍ତ୍ତନା, ଭଦ୍ରକ ଜିଲାର ବାଣତିଆ, ନାଲଗରା, ବନ୍ତ ବ୍ଲକର ଚାରିଗାଁ, ଗୋପିନାଥପୁର, ବିଟିପୁର ଆଦି ଗ୍ରାମ ପଞ୍ଚାୟତର ଲକ୍ଷାଧିକ ଲୋକ ଗମନାଗମନ କରିଥାନ୍ତି । ଏହି ରାସ୍ତା ଦେଇ ଏସବୁ ଅଞ୍ଚଳକୁ ଆମ୍ବୁଲାନ୍ସ, ଦମକକ ଆଦି ଜରୁରୀ ଯାନ ଯିବା ଆସିବା କରିବା କଷ୍ଟସାଧ୍ୟ ହୋଇପଡିଛି । ଏହି ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ତତ୍‌କାଳୀନ ଭଦ୍ରକ ସାଂସଦ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀ ଓ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୨୦୧୧ ମସିହାରେ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ ହୋଇଥିଲା । ଏହାର ରକ୍ଷଣାବେକ୍ଷଣ ଅବଧି ଶେଷ ହେବା ପରେ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆଉ ମରାମତି କରାଯାଇନାହିଁ । ଏହି ରାସ୍ତାରେ ଭାରୀଯାନ ବାଲି ଓ ଇଟା ପରିବହନ ହେବା ଦ୍ୱାରା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଉକ୍ତ ରାସ୍ତାକୁ ଯଥାଶିଘ୍ର ମରାମତି କରାଯିବାକୁ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ସମେତ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ