ମୌଳିକ ସମସ୍ୟାର ତୁରନ୍ତ ସମାଧାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି : ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ
ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) :-ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ତା ୧୬.୦୧.୨୦୨୨ ରେ ବ୍ରହ୍ମପୁର ମହାନଗର ୱାର୍ଡ ୧ ଏବଂ ୨ ନମ୍ୱର୍ ଅଞ୍ଚଳ ନିଜେ ପରିଦର୍ଶନ କରି ଅଞ୍ଚଳ ବାସୀଙ୍କ ମୌଳିକ ସମସ୍ୟା ବିଷୟରେ ବୁଝି ସେ ସମସ୍ୟାର ତୁରନ୍ତ ସମାଧାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଯୁବ ପିଢ଼ିକୁ ଅଧିକ ଗୁରୁତ୍ବ ଦେଇ ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ସେମାନଙ୍କ ସହଯୋଗ ଲୋଡିଥିଲେ ଏବଂ ଲୋକଙ୍କ ସମସ୍ୟାର ସମାଧାନ କିପରି ଅତିଶିଘ୍ର ହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଲୋକ କଲ୍ୟାଣ ଯୋଜନା ରୁ ସମସ୍ତେ କିଭଳି ଲାଭବାନ ହେବେ ଏବଂ କୌଣସି ବି ଲୋକ ଏହି ସୁବିଧାରୁ ବଞ୍ଚିତ ନହେବେ ଏବଂ ଏକ ସୁସ୍ଥ, ସୁନ୍ଦର ଏବଂ ସୁରକ୍ଷିତ ବ୍ରହ୍ମପୁର ଗଠନ ଦିଗରେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ଏବଂ କୌଣସି ବି ଅସୁବିଧା ହେଲେ ବିଧାୟକଙ୍କ ଅଫିସ୍ ସହ ଯୋଗାଯୋଗ କରିବା ପାଇଁ କହିଥିଲେ । ଆଜି ମାନ୍ୟବର ବିଧାୟକଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ମହାନଗର ଯୁବ ସଭାପତି ଶ୍ରୀ ଅଜିତ୍ କୁମାର ପଣ୍ଡା ଏବଂ ଛାତ୍ର ସଭାପତି ଶ୍ରୀ ଶୋଭନ କୁମାର ନାୟକ ଙ୍କ ନେତୃତ୍ୱରେ ୱାର୍ଡ କମିଟିର ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ମହାନଗର ବିଜୁ ଜନତା ଦଳ ସଭାପତି ଶ୍ରୀ ବିଜୟ ଚନ୍ଦ୍ର ସାମଲ ସମ୍ବୋଧନ କରିଥିଲେ ଏବଂ ଏଥିରେ ସେହି ଅଞ୍ଚଳର ପୂର୍ବତନ କର୍ପୋରେଟର, ୱାର୍ଡ ମେମ୍ବର, ନୂତନ ୱାର୍ଡ କମିଟି ସଦସ୍ୟ ବୃନ୍ଦ,ମହିଳା ସଦସ୍ୟା, ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବିଜୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।


