ମୌଳିକ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ସାଂସଦ ଅପରାଜିତା

ଭୁବନେଶ୍ୱର, (ଯୁଗାବ୍ବ ନ୍ୟୁଜ) : ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟାଙ୍କ ରାଜରାଣୀ ମଣ୍ଡଳସ୍ଥିତ ପାଣ୍ଡବ ନଗର, ମେଘେଶ୍ୱର ମନ୍ଦିର, ୱାର୍ଡ଼ ନମ୍ବର ୫୭, ବଡ଼ଗଡ଼ ବ୍ରିଟ୍ କଲୋନୀ ପରଦର୍ଶନ ଓ ମେଳଣ ମଣ୍ଡପଠାରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ମେଘେଶ୍ୱର ମନ୍ଦିରରେ ଜଳ ନିଷ୍କାସନ, ୱାର୍ଡ଼ ନଂ-୫୭ରେ ନାଳପାଣି ଓ ବର୍ଜ୍ୟବସ୍ତୁ ସଠିକ୍ ପରି·ଳନା, ରାସ୍ତାଘାଟ ମରାମତି, ଗଙ୍ଗୁଆ ନାଳର ସଫେଇ ଓ ବାସିନ୍ଦାମାନଙ୍କର ଜଳ ସମସ୍ୟା, ମୌଳିକ ସୁବିଧା ଉପରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ପ୍ରତ୍ୟେକ ୱାର୍ଡ଼କୁ ଉତ୍ତମ ୱାର୍ଡ଼ରେ ପରିଣତ କରିବା ଓ ପରି·ଳନା ଦିଗରେ ଉତ୍ତମ ସେବା ପ୍ରଦାନ କରିବା କ୍ଷେତ୍ରରେ ଅପରାଜିତା ମହୋଦୟା ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଅପରାଜିତାଙ୍କ ସହିତ ବିଜେପି ପ୍ରାର୍ଥୀ ବାବୁ ସିଂ, ଷ୍ଟେଟ କୋର୍ଡ଼ିନେଟର ମାନସ ଦାସ, ମଣ୍ଡଳ ପ୍ରମୁଖ ସୁଜିତ ଜେନା, ୱାର୍ଡ଼ ମୁଖ୍ୟ ପିଙ୍କୁ ଜଗଦେବ, ଆଲୋକ ସାହୁ, ବିନ୍ଦୁଲତା ବଳିଆରସିଂ, ଡ. ପ୍ରଧାନ ଓ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ଆଲୋଚନା ସଫଳ ହୋଇଥିଲା । ସହସ୍ରାଧିକ ଲୋକ ଏବଂ ବିଭିନ୍ନ ନାରୀ ସମାଜ, ବିଭିନ୍ନ ବସ୍ତି ଲୋକଙ୍କ ଯୋଗଦାନ କାର୍ଯ୍ୟକ୍ରମଟିକୁ ସ୍ମରଣୀୟ କରିଥିଲୋ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ