ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର-୨୦୨୦ ପାଇଁ ପ୍ରାର୍ଥୀପତ୍ର ଦାଖଲଅବଧି ବଢ଼ିଲା

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର-୨୦୨୦ର ମନୋନୟନ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ (ଡବ୍ଲୁସିଡି) ତରଫରୁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖକୁ ସେପ୍ଟେମ୍ବର ୩୦, ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନଲାଇନ ମାଧ୍ୟମରେ www .nca.wcd.nic.in ୱେବ ପୋର୍ଟାଲରେ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ ।ଦେଶର ପ୍ରତିଭାବାନ ଶିଶୁ, ବ୍ୟକ୍ତିବିଶେଷ ଓ ପ୍ରତିÂାନ ମାନଙ୍କୁ ସମ୍ମାନିତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ଆରମ୍ଭ କରାଯାଇଛି । ବାଳ ଶକ୍ତି ଓ ବାଳ କଲ୍ୟାଣ ଆଦି ଦୁଇଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।ବାଳ ଶକ୍ତି ପୁରସ୍କାରର ଲକ୍ଷ୍ୟ ହେଉଛି ନବୋନ୍ମେଷ, ପାଠପଢ଼ା, କଳା, ସଂସ୍କୃତି, ସମାଜସେବା ଓ ସାହସିକତା କ୍ଷେତ୍ରରେ ଅସାଧାରଣ ସଫଳତା ହାସଲ କରିଥିବା ପିଲାମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା । ସେହିପରି ଶିଶୁ ବିକାଶ, ଶିଶୁ ସୁରକ୍ଷା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ସେବା କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ ଓ ଅନୁÂାନମାନଙ୍କୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବାଳ କଲ୍ୟାଣ ପୁରସ୍କାର ପ୍ରଦାନ କରାଯାଇଥାଏ । www.nca.wcd.nic.in ରେ ପୁରସ୍କାର ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ନିଦେ୍ର୍ଧଶାବଳୀ ରହିଛି । ଏହି ପୁରସ୍କାର ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସର ପୁର୍ବ
ସପ୍ତାହରେ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ