ମ୍ୟାକ୍ସ ଫେଶନ୍ର ପ୍ରଥମ ଷ୍ଟୋର ସମ୍ବଲପୁରରେ ଉଦ୍ଘାଟିତ

ସମ୍ବଲପୁର,: ଭାରତର ଅଗ୍ରଣୀ ଫେଶନ୍ ବ୍ରାଣ୍ଡ୍ ମ୍ୟାକ୍ସ୍ ପକ୍ଷରୁ ପାର୍ବର୍ଣ ଋତୁରେ ଓଡ଼ିଶାର ୮ମ ତଥା ସମ୍ବଲପୁରରେ ଏହାର ପ୍ରଥମ ଷ୍ଟୋର ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ସୁଶ୍ରୀ ଉର୍ବଶୀ ରାଉତେଲା ଏବଂ ମ୍ୟାକ୍ସ୍ ଫେଶନ୍ର ପୂର୍ବ ଏବଂ କେନ୍ଦ୍ରୀୟ ଭାରତ ଏଭିପି ରାଜୀବ ମୁଖାର୍ଜୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏଠାରେ ୩ ପ୍ରକାର ପାର୍ବର୍ଣ କଲେକସନ୍ ମହଜୁଦ୍ ରହିଛି । ମାଇଷ୍ଟିକାଲ୍ ବ୍ଲୁମ୍, ବନାରସ ଟେଲସ୍ ଏବଂ ସିନ୍ଦୁରୀ ଆଦି କଲେକସନ୍ ପାର୍ବଣ ଋତୁକୁ ରୋମାଂଚକର କରି ଗଢ଼ିତୋଳିବାକୁ ସକ୍ଷମ ହେବ । ଏହାକୁ ମିଶାଇ ଭାରତରେ ମ୍ୟାକ୍ସ୍ର ଷ୍ଟୋର ସଂଖ୍ୟା ୩୦୩ କୁ ବୃଦ୍ଧି ପାଇଛି ।
ଦେଶରେ ମ୍ୟାକ୍ସ ଫେଶନ୍ର ସମ୍ପ୍ରସାରଣ ଧାରା ୨୦୦୬ ଠାରୁ ଅବ୍ୟାହତ ରହିଛି । ଏହାର ପ୍ରଥମ ଷ୍ଟୋର ଇନ୍ଦୋରରେ ଖୋଲାଯାଇଥିଲା । ଇତିମଧ୍ୟରେ ଦେଶର ୧୦୦ରୁ ଅଧିକ ସହରରେ ମ୍ୟାକ୍ସ୍ ନିଜର ଉପସ୍ଥିତି ଜାହିର କରିପାରିଛି । ଏହା ସହିତ ସମ୍ପ୍ରତି କମ୍ପାନୀ ୧୦୦ ନିୟୁତରୁ ଅଧିକ ଗ୍ରାହକଙ୍କୁ ଆବଶ୍ୟକ ସେବା ଯୋଗାଇବାକୁ ସକ୍ଷମ ହେଉଛି । ଏହା ଅନ୍ ଲାଇନ୍ ଶପିଂକୁ ମଧ୍ୟ ଗୁରୁତ୍ୱ ଦେଉଛି । ଏହାର ଆପ୍କୁ ୬.୭ ନିୟୁତ ଗ୍ରାହକ ସଫଳତାର ସହିତ ବ୍ୟବହାର କରିପାରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ