ମ୍ୟାଗନମ୍ ଭ୍ୟାରିଆଣ୍ଟ ଆଇସକ୍ରିମର ଶୁଭାରମ୍ଭ

ନୂଆଦିଲ୍ଲୀ, (ଏଜେନ୍ସି): ମ୍ୟାଗନମ ପକ୍ଷରୁ ଫ୍ଲେଭର୍ ମ୍ୟାଗନମ ହେଜେଲନଟ୍ ଆଇସକ୍ରିମର ଶୁଭାରମ୍ଭ କରାଯାଇଛି । ହେଜେଲନଟ୍ ଏକ ପ୍ରକାରର ଆଇସକ୍ରିମ, ଯାହା ବଲଗିଆନ ଚକଲେଟ୍ର ସ୍ୱାଦ ପ୍ରଦାନ କରିଥାଏ । ଏହି ନୂଆ ଭ୍ୟାରିଆଣ୍ଟ ସାରା ଭାରତରେ ଥିବା ସମସ୍ତ ଷ୍ଟୋରମାନଙ୍କରେ ୯୦ ଟଙ୍କାରେ ଉପଲବ୍ଧ ହେଉଛି । ଏହି ମ୍ୟାଗନମ ହେଜେଲନଟ୍ ଆଇସକ୍ରିମ, ହେଜେଲନଟ-ସ୍ୱାଦର ଆଇସକ୍ରିମ, ବଲଗିଆନ ଚକଲେଟ୍ ଏବଂ କ୍ରଞ୍ଚି ହେଜେଲନଟ୍ ସ୍ୱାଦର ମିଶ୍ରଣ । ବଜାରରେ ଉଚ୍ଚ ବଲଗିଆନ ଚକଲେଟ୍ ସହିତ ସହଭାଗିତା ହୋଇ ମ୍ୟାଗନମ ପକ୍ଷରୁ ଏହି ଆକର୍ଷଣୀୟ ଏବଂ ଉନ୍ନତ ସ୍ୱାଦ ଚକଲେଟ ଆଇସକ୍ରିମ ଉପଲବ୍ଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ