ମ୍ୟାଟ୍ରିକ ଟପ୍ପର ବିଦ୍ୟାର୍ଥିଙ୍କୁ “ବିଦ୍ୟା ଜ୍ୟୋତି ସମ୍ମାନ” ସମାରୋହ
ଗଂଜାମ, (ବିନୋଦ ପଲାଇ):ବିଦ୍ୟାର୍ଥୀ ମାନେ ଭଲ ମଣିଷ ହେବା ସହ ଆମ ପୂର୍ବଜ ମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ ଦିଗରେ ସମସ୍ତ କାର୍ଯ୍ୟ କରିବା ପାଇଁ ଆଗେଇ ଆସିବାକୁ କହିଛନ୍ତି । ଗଂଜାମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ” ଭରସା ” ଆନୁକୂଲ୍ୟରେ ,ମିଡ଼ିଆ ହାଉସ ସହଯୋଗରେ ଆୟୋଜିତ ” ଵିଦ୍ୟା ଜ୍ୟୋତି ସମ୍ମାନ” ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଏହା କହିଛନ୍ତି । ଏହି ଅବସରରେ ମୁଖ୍ୟ ବକ୍ତା ରୂପେ ଚଣ୍ଡୀଗଡ଼ ବିଶ୍ୱଵିଦ୍ୟାଳୟର ପ୍ରଫେସର ଡକ୍ଟର ଫକୀର ମୋହନ ନାହାକ ଯୋଗଦେଇ ରାଷ୍ଟ୍ର ନିର୍ମାଣ ଦିଗରେ ସମାଜର ସମସ୍ତ ଶ୍ରେଣୀର ମଣିଷଙ୍କ ଅବଦାନ ଜରୁରୀ । କିନ୍ତୁ ଏସବୁର ଉର୍ଦ୍ଧରେ ଏଦିଗରେ ଛାତ୍ର ମାନଙ୍କ ଦାଇତ୍ୱ ଅଧିକ । ସେମାନଙ୍କ ଖାନ୍ଦରେ ରଷ୍ଟ୍ରର ଭବିଷ୍ୟତ ନିର୍ଭରଶୀଳ ବୋଲି କହିଥିଲେ। ଭରସାର ଉପଦେଷ୍ଟା ତଥା ଶିକ୍ଷାବିତ ଡକ୍ଟର ସବିତା ରାଣୀ ଦାସଙ୍କ ସଭାପତିତ୍ବ ରେ ଏହି ସମାରୋହ ଅନ୍ୟତମ ବକ୍ତା ରୂପେ ନିଷ୍ଟ ମହାବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ଶିଵ ପ୍ରସାଦ ତ୍ରିପାଠୀ ଯୋଗଦେଇ ରାଷ୍ଟ୍ରନିର୍ମାଣରେ ଆମ ଶିକ୍ଷା ନିୟୋଜିତ ହେଲେ ଭାରତ ପୁଣି ସୁନାର ଭାରତ ହୋଇପାରିବ । ସେଥିପାଇଁ ଶିକ୍ଷା କେବକ ରୋଜଗାର ପାଇଁ ଉଦିଷ୍ଟ ନ ହୋଇ ଦେଶ ମାତୃକା ପାଇଁ ସମର୍ପଣ ରହୁବୋଲି କହିଥିଲେ ।ସମ୍ମାନିତ ଅତିଥି ରୂପେ ଗ୍ରାସୀମ ଇଣ୍ଡୋଷ୍ଟିଜ ର ଡିଜିଏମ୍ ରବୀନ୍ଦ୍ର କୁମାର ମହାନ୍ତି, ଗଞ୍ଜାମ ପୋୖରାଞ୍ଚଳ ବରିଷ୍ଠ ନାଗରିକ ସମ୍ପାଦକ ଗୋରୀଶଙ୍କର ପାଢ଼ୀ, ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ ସନତ କୁମାର ପଣ୍ଡା, ନାରୀ ଶିକ୍ଷାକେନ୍ଦ୍ରର ଗବେଶିକା ତଥା ଅଧ୍ୟାପିକା ଡ଼କ୍ଟର ରଞ୍ଜିତା କୁମାରୀ ବେହେରା , ସକ୍ଷମ ସଭାପତି ଜି.ସନ୍ତୋଷ ରେଡ୍ଡି ଯୋଗଦେଇ ପାଠପଢ଼ା ସହ ଜୀବନରେ ଶୃଙ୍ଖଳା ରହିବା ଆବଶ୍ୟକ । ଏଭଳି କାର୍ଯ୍ୟକାରୀ ବିଦ୍ୟାର୍ଥଙ୍କୁ ଉତ୍ସାହିତ କରିବ ବୋଲି କହିଛନ୍ତି । ଭରସା ର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ , ଭରସା ସଭାପତି ଦିଲ୍ଲୀପ କୁମାର ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ । ସ୍ୱେଚ୍ଛାସେବୀ ପ୍ରଭାତ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥି ପରିଚୟ ବିନୋଦ କୁମାର ପଲେଇ ପ୍ରଦାନ କରିଥିବା ବେଳେ ,ଧନ୍ୟବାଦ ଅର୍ପଣ କରିଥିଲେ ମନୋଜ କୁମାର ପଣ୍ଡା । ଶିକ୍ଷକ ଦୂର୍ଗା ଚରଣ ପଟ୍ଟନାୟକ ଓ ସ୍ୱେଚ୍ଛାସେବୀ ଉମା ଶଙ୍କର ଦାସଙ୍କଙ୍କ ସଂଯୋଜନାରେ ଚଳିତ ବର୍ଷ ମେଟ୍ରିକରେ ଗଞ୍ଜାମ ବ୍ଲକ ଟପ୍ପର ହୋଇଥିବା ଇସ୍ମିତା ପାଢ଼ୀ ଙ୍କ ସମେତ ଗଂଜାମ ବ୍ଲକ, ଏନଏସି, ରମ୍ଭା ଏନଏସିର ବିଦ୍ୟାଳୟ ଟପ୍ପରଙ୍କୁ ” ଵିଦ୍ୟା ଜ୍ୟୋତି ସମ୍ମାନ” ରେ ସମ୍ମାନିତ କରାଯାଇଥିଲା । ବ୍ଳକରେ ଲଗାତାର ପଞ୍ଚମ ଥର ପାଇଁ ଟପ୍ପର ହୋଇଥିବା ଗଂଜାମ ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ରନିଙ୍ଗ ସିଲ ପ୍ରଦାନ କରାଯାଇଥିଲା । ଏହାକୁ ବାବୁ ପଣ୍ଡା,ମନୋଜ କାନୁନଗୋ ପ୍ରମୁଖ ସହଯୋଗ କରିଥିଲେ ।