“ଅସହାୟ ବିଧବା ବୃଦ୍ଧା ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ”
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାର ବେଳାଭୂମି ସହର ଗୋପାଳପୁର ଏନ.ଏ.ସି.ଅନ୍ତର୍ଗତ ୬ ନମ୍ବର ୱାର୍ଡ ଅଞ୍ଚଳରେ ରହୁଥିବା ଜନୈକ ବିଧବା ବୃଦ୍ଧା ଅକଥନୀୟ ନିର୍ଯ୍ୟାତନା ର ଶିକାର ହୋଇଛନ୍ତି । ସେ ରହୁଥିବା ଘରର ଆବଶ୍ୟକୀୟ କାଗଜପତ୍ର, ପଟ୍ଟା-ଡକ୍ୟୁମେଣ୍ଟସ, ରାଶନକାର୍ଡ, ରନ୍ଧନଗ୍ୟାସ କାର୍ଡ, ବଣ୍ଡ-କାଗଜପତ୍ର ଆଦି ବୃଦ୍ଧାଙ୍କ ଅନୁପସ୍ଥିତର ସୁଯୋଗନେଇ ଟ୍ରଙ୍କ ପେଢି ଭାଙ୍ଗି ଜବରଦସ୍ତ ଛଡାଇ ନେଇ ଯାଇଛନ୍ତି । ବୃଦ୍ଧା ଙ୍କ ନିଜପୁଅ ଗୁଜୁରାଣ ମେଣ୍ଟାଇବା ପାଇଁ ବାହାର ରାଜ୍ୟ କୁ କେଉଁଆଡେ ଯାଇଥିବା ବେଳେ ବୃଦ୍ଧାଙ୍କ ନିଜ ବୋହୂ ଅନ୍ୟଜଣେ ପୁରୁଷ ଲୋକ ସହ ଅନୈତିକ କାମ କରି ସେହି ଘରେ ରହିଛନ୍ତି । ବିଚରା ବିଧବା ବୃଦ୍ଧା ଙ୍କୁ ଘରୁ ବାହାର କରିଦେଇଛନ୍ତି । କୌଣସି ଯୁକ୍ତି ଓ ଆପତ୍ତି କଲେ ଜୀଵନରେ ମାରିଦେବା ର ଭଳି ବୃଦ୍ଧାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ବିଚରା ବୃଦ୍ଧାଙ୍କୁ ଏବେ ବାର ଦ୍ୱାର ଶୁଣ୍ଢି ପିଣ୍ଢା ହୋବାକୁ ପଡିଛି । ଦୀର୍ଘଦିନ ର ଏଭଳି ଦୁର୍ଦ୍ଦଶା ଭୋଗୀଥିବା ଏହି ବୃଦ୍ଧା ନିଜ ଅଞ୍ଚଳର ଭଦ୍ରମଣ୍ଡଳୀ ଙ୍କ ସହଯୋଗନେଇଥିଲେ ,ପରେ ନିକଟସ୍ଥ ଏନଏସି ଅଧିକାରୀ ଓ ଗୋପାଳପୁର ଥାନା ରେ ଅଭିଯୋଗ କରିଥିଲେ, ମଧ୍ୟ କୌଣସି ସୁଫଳ ମିଳିନାହିଁ । ଶେଷରେ ଗତ ଦୁଇଦିନହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ମଙ୍ଗଳବାର ଜିଲ୍ଲାପାଳଙ୍କୁ ଭେଟିଥିଲେ । ନିଜ ପାରିଶ୍ରମିକଖର୍ଚ୍ଚ ସହ ବ୍ୟାଙ୍କ ଋଣ ଏବଂ ସରକାରଙ୍କ ଅନୁଦାନ ରେ ହୋଇଥିବା ଆବାସ ଯୋଜନା ଘର ଖଣ୍ଡିକ ନିଜ ବୋହୁ ଦଖଲ କରିନେଇଛି ଏବଂ ବୋହୂ ଜବତ କରିଥିବା ସମସ୍ତ ଆବଶ୍ୟକୀୟ କାଗଜପତ୍ର ତାଙ୍କୁ ଫେରାଇ ଦେବାକୁ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ପରିଣତ ବୟସରେ ବି ନିଜ ପେଟ ଚଳିବା ପାଇଁ ପରିଶ୍ରମ କରୁଥିବା ବୃଦ୍ଧା ଜଣକ ନିଜର ସୁରକ୍ଷା ସହ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ବିନତୀ କରିଛନ୍ତି । ଖୁବ ଶୀଘ୍ର ବୃଦ୍ଧାଙ୍କୁ ଉଚିତ ନ୍ୟାୟ ମିଳିବା ହିଁ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।


