ମ୍ୟୁଚୁଆଲ୍ ଫଣ୍ଡ ବ୍ୟବସାୟ ନିପ୍ପନ ଲାଇଫ୍କୁ ବିକିବ ଆର୍କ୍ୟାପ୍
ମୁମ୍ବାଇ, (ଏଜେନ୍ସି): ମ୍ୟୁଚୁଆଲ୍ ଫଣ୍ଡ କାରବାର ବିକ୍ରି କରାଯିବ ବୋଲି ଅନିଲ୍ ଅମ୍ବାନୀ ସମୂହ କମ୍ପାନୀ ରିଲାଏନ୍ସ କ୍ୟାପିଟାଲ୍ (ଆର୍କ୍ୟାପ୍) ପକ୍ଷରୁ ପ୍ରକାଶ କରାଯାଇଛି । କମ୍ପାନୀ ରିଲାଏନ୍ସ ନିପ୍ପନ ଲାଇଫ୍ ଆସେଟ୍ ମ୍ୟାନେଜ୍ମେଣ୍ଟ ଲିମିଟେଡ଼୍(ଆର୍ଏନ୍ଏଏମ୍)ରେ ନିଜ ଅଂଶ ସଂଯୁକ୍ତ ଉଦ୍ୟମରେ ଶେୟାର ନିପ୍ପନ୍ ଲାଇଫ୍ ଇନ୍ସ୍ୟୁରାନ୍ସକୁ ବିକ୍ରି କରିବ । ଆର୍ଏନ୍ଏଏମ୍ରେ ଉଭୟ ଶେୟାରର ୪୨.୮୮-୪୨.୮୮% ଅଂଶଧାରୀ ହୋଇଥିବା ବେଳେ ଶେଷ ସାର୍ବଜନିକ ଶେୟାରଧାରକଙ୍କ ନିକଟରେ ରହିଛି । ରିଲାଏନ୍ସ କ୍ୟାପିଟାଲ୍ ଏଥିପାଇଁ ଜାପାନର ନିପ୍ପପ ଲାଇଫ୍ ଇନ୍ସ୍ୟୁରାନ୍ସ ସହିତ ପକ୍କା ବୁଝମଣା କରିଛି । ରିଲାଏନ୍ସ କ୍ୟାପିଟାଲ୍ ନିୟାମକୀୟ ସୂଚନାରେ ଅମ୍ବାନୀ କହିଛନ୍ତି ଯେ ବୁଝାମଣା ପରେ ନିପ୍ପନ୍ ଲାଇଫ୍ ଇନ୍ସ୍ୟୁରାନ୍ସ ଆର୍ଏନ୍ଏଏମ୍ର ସାର୍ବଜନିକ ଶେୟାରଧାରୀଙ୍କ ପାଇଁ ଶେୟାର ପ୍ରତି ୨୩୦ଟଙ୍କା ମୂଲ୍ୟରେ ଉପସ୍ଥାପନ କରାଯିବ । ସେବି ନିୟମାନୁସାରେ ଏହା ଅତ୍ୟନ୍ତ ଜରୁରୀ । ଏଥିସହିତ କମ୍ପାନୀ ପ୍ରବର୍ତ୍ତକଙ୍କ ପାଇଁ ଅନୁମତି ପ୍ରାପ୍ତ ୭୫%ର ଅଧିକତମ ସ୍ତର ପର୍ଯ୍ୟନ୍ତ ପହଞ୍ଚିଯିବ । କମ୍ପାନୀ ଅନୁସାରେ ବୁଝାମଣା ଅଧିନରେ ଯାହା ମୂଲ୍ୟ ଧାର୍ଯ୍ୟ କରାଯାଇଛି, ସେଥିରେ ୧୫.୫%ର ପ୍ରିମିୟମ୍ ସାମିଲ ରହିଛି । ଏହା ସେବିର ଅଧିଗ୍ରହଣ ନିୟମାନୁସାରେ ୬୦ଦିନର ନ୍ୟୁନତମ ମୂଲ୍ୟର ଆନୁମାନିକ ଅନୁରୁପ ଧାର୍ଯ୍ୟ କରାଯାଇଛି । ରିଲାଏନ୍ସ କ୍ୟାପିଟାଲ୍ ପକ୍ଷରୁ କୁହାଯାଇଛି ଯେ ଏହି ବୁଝାମଣା ଦ୍ୱାରା ପାଖାପାଖି ୬ହଜାର କୋଟି ଟଙ୍କା ମିଳିବ । ଏହି ସମସ୍ତ ରାଶିର ବ୍ୟବହାର କମ୍ପାନୀର ଋଣ ପରିଶୋଧ କରିବାରେ ବ୍ୟବହୃତ ହେବ ବୋଲି ଉଲ୍ଲେଖ କରାଯାଇଛି । ଯଦ୍ୱାରା କମ୍ପାନୀର ଋଣ ୩୩% କମିଯିବ । ରିଲାଏନ୍ସ ସମୂହର ଅଧ୍ୟକ୍ଷ ଅନିଲ୍ ଡି ଅମ୍ବାନୀ କହିଛନ୍ତି ଯେ କମ୍ପାନୀର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଂଶଦାରୀ ନିପ୍ପନ ଲାଇଫ୍ ଇନ୍ସ୍ୟୁରାନ୍ସ ସଂଯୁକ୍ତ ଉଦ୍ୟମ କମ୍ପାନୀ ଆର୍ଏନ୍ଏଏମ୍ରେ ଅଂଶକୁ ବୃଦ୍ଧି କରି ୭୫% କରବାକୁ ନିଷ୍ପତ୍ତି ନେଇଛି । ଆର୍ଏନ୍ଏଏମ୍ର ଅଂଶ ବିକ୍ରି କରିବାର ଏହି ପଦକ୍ଷେପ କମ୍ପାନୀର ମୂଲ୍ୟ ପ୍ରାପ୍ତ କରିବା ରଣନୀତି ଅଧୀନସ୍ଥ । ଏହି ବୁଝାମଣା ଦ୍ୱାରା ଜାରି ଚୁକ୍ତି ଅଧିନରେ ରିଲାଏନ୍ସ କ୍ୟାପ୍ର ଋଣକୁ ଚାଲୁ ଆର୍ଥିକ ବର୍ଷରେ ୫୦%ରୁ ଅଧିକ କମ୍ କରାଯାଇପାରିବ ବୋଲି ଅନିଲ୍ ଅମ୍ବାନୀ ଆଶା ପ୍ରକାଶ କରିଛନ୍ତି ।