ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଉନ୍ମୋଚିତ

ଭୁବନେଶ୍ୱର,(ୱାଇଏନ୍ଏସ୍): ନୂଆବର୍ଷ ଉପଲକ୍ଷେ ଦର୍ଶକ-ଶ୍ରୋତାଙ୍କୁ ସୁନ୍ଦର ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଭେଟି ଦେବାକୁ ଯାଉଛି ଶୁଭମ୍ ମ୍ୟୁଜିକ୍ । ସ୍ଥାନୀୟ ହୋଟେଲ ଆର୍ଯ୍ୟ ପ୍ୟାଲେସ୍‌ରେ ଏହି ମ୍ୟୁଜିକ୍ ଭିଡିଓର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟୁଜିକ୍ ଭିଡିଓରେ ରହିଛି ଲୋକପ୍ରିୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ଶ୍ରୁତିମଧୁର କଣ୍ଠସ୍ୱର । ଅନ୍ତରାଙ୍କ ସହିତ କଣ୍ଠଦାନ କରିଛନ୍ତି ନୂଆପିଢ଼ିର ଯୁବ କଣ୍ଠଶିଳ୍ପୀ ପ୍ରଶାନ୍ତ ମହାନ୍ତି । ଗୀତ ଲେଖିବା ସହିତ ସଙ୍ଗୀତରେ ସଜେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ କାଶ୍ୟପ । ବମ୍ବେର ବିଖ୍ୟାତ କ୍ୟାମେରାମ୍ୟାନ ବିଶ୍ୱନାଥ ପଟ୍ଟନାୟକ ଏହି ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି । ଭିଡିଓରେ ଅଭିନୟ କରିଛନ୍ତି ସମ୍ଭବ ମାନସିଂହ ଓ କୁକି । ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଉପସ୍ଥିତ ଥିଲେ ବମ୍ବେର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ବଲିଉଡ୍‌ର ଖ୍ୟାତନାମା ସାଉଣ୍ଡ ଇିଞ୍ଜିନିୟର ସୁବାସ ସାହୁ, ବମ୍ବେ ଓଡ଼ିଆ ମହାସଂଘର ସାଧାରଣ ସମ୍ପାଦକ ଡ. ସୁରେନ୍ଦ୍ର ମହାପାତ୍ର, ଅଭିନେତା ସମ୍ଭବ ମାନସିଂହ, ଶୁଭମ୍ ମ୍ୟୁଜିକ୍‌ର ପ୍ରଯୋଜକ ପ୍ରଦୀପ ସାହୁ, ଚଳଚ୍ଚିତ୍ର ପ୍ରଯୋଜକ ଇଂ ଆଶୁତୋଷ ମହାପାତ୍ର, ନିର୍ଦ୍ଦେଶକ ବିଶ୍ୱନାଥ ପଟ୍ଟନାୟକ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ସୁଶାନ୍ତ ମହନ୍ତି , କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଓ ରାମେଶ୍ୱରୀ ରାଓ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ