ଦେଶର ଶ୍ରେଷ୍ଠ ୧୦ତମ ସ୍ଥାନ ମଧ୍ୟରେ ଅର୍ନ୍ତଭୁକ୍ତ ହେବା ପାଇଁ ଆହ୍ୱାନ ଦେଲେ ସୁବ୍ରତ ବାଗଚି

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକାରର ଅଧ୍ୟକ୍ଷ ସୁବ୍ରତ ବାଗଚି ଶୁକ୍ରବାର ହିଞ୍ଜିଳିକାଟୁ ଗ୍ରସ୍ତରେ ଆସି ସ୍ଥାନୀୟ ବ୍ଳକ ସ୍ଥିତ ପୋଚିଲିମା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିଦର୍ଶନ କରିବା ସହ ଦେଶର ଶ୍ରେଷ୍ଠ ୧୦ତମ ସ୍ଥାନ ମଧ୍ୟରେ ପୋଚିଲିମା ଆଇଟିଆଇ ଅନ୍ତର୍ଭୁକ୍ତ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି । ଶୁକ୍ରବାର ଅପରାହ୍ନରେ ଓଡ଼ିଶା ସ୍କିଲ୍ ଡ଼େଭଲପମେଂଟ ଅଥରିଟିର ଚେୟାରମ୍ୟାନ ଶ୍ରୀ ବାଗଚି ପୋଚିଲିମା ସରକାରୀ ଆଇଟିଆଇରେ ପଂହଚି ମେମୋରି ଅଫ୍ ଆଇଟିଆଇ ୱାଲ୍‌, ସ୍କିଲ ମ୍ୟୁଜିୟିମ୍‌, ୱାଲ୍ ଗାର୍ଡ଼େନର ଲୋକାର୍ପଣ କରିଥିଲେ । ଶିଳ୍ପ ତାଲିମ ଅନୁଷ୍ଠାନର ବିଭିନ୍ନ ସମସ୍ୟା ସର୍ମ୍ପକରେ ଆଇଟିଆଇର ଅଧ୍ୟକ୍ଷଙ୍କୁ ପଚାରି ବୁଝିବା ସହ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଶିକ୍ଷାର୍ଥୀ ମାନଙ୍କ ସହ ଶିକ୍ଷା ଅଧ୍ୟାପନା ଓ ବିଭିନ୍ନ ସମସ୍ୟା ସର୍ମ୍ପକରେ ପଚାରି ବୁଝିଥିଲେ । ପରେ ଆଇଟିଆଇର ଶ୍ରେଣୀ ପ୍ରକୋଷ୍ଠ, ଲାବ୍ରୋଟେରୀ, କମ୍ପ୍ୟୁଟର ଲ୍ୟାବ୍ ଓ ସମସ୍ତ ଟ୍ରେଡ଼୍‌ର ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ବୁଲି ଦେଖିଥିଲେ । ଚଳିତ ବର୍ଷ ବୈଷୟିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦିଗକୁ ବିଚାର କରି ଶ୍ରେଷ୍ଠ ଶିଳ୍ପ ତାଲିମ କେନ୍ଦ୍ର ଭାବେ ରାଜ୍ୟରେ ୨ୟ ଓ ଜାତୀୟ ସ୍ତରରେ ୧୫ତମ ସ୍ଥାନ ଅଧିକାର କରିଥିବାରୁ ଆଇଟିଆର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦଙ୍କୁ ଶୁଭେଚ୍ଛା ଜଣାଇବା ସହ କର୍ମଚାରୀ ମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ସାଧୁବାଦ ଜଣାଇଥିଲେ । ସଂପୃକ୍ତ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଏକ ପାଠାଗାର ନିର୍ମାଣ, ସୁଲଭ କ୍ୟାଂଟିନ ଓ ଅଧିକ କର୍ମଚାରୀ ନୁଯୁକ୍ତି କରିବା ପାଇଁ ଆଇଟିଆଇର ଅଧ୍ୟକ୍ଷ, ଶ୍ରୀ ବାଗଚିଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ବାଗଚିଙ୍କ ଗ୍ରସ୍ତ ସମୟରେ ଆଂଚଳିକ ନିୟୋଜନ କେନ୍ଦ୍ରର ନିର୍ଦ୍ଦେଶକ ଆର.ଏମ. କିଲାନା, ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ, ହିଞ୍ଜିଳିକାଟୁ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିଜୟ କୁମାର ମଲ୍ଲ, ଚନ୍ଦ୍ରକାନ୍ତ ଚାନ୍ଦୁଆ, ମୃତ୍ୟୁଞ୍ଜୟ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ