ମୟୁରଭଞ୍ଜ ଜିଲ୍ଲାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିକଲା ଜେଏମଏମ
ବାଙ୍ଗିରୀପୋଷୀ, (ଶିବ ଶଙ୍କର ମାନ୍ନା): ଗୁରୁବାର ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଜିଲ୍ଲା କମିଟି ର ସମସ୍ତ ପଦାଧିକାରୀ ଏବଂ ୨୬ଗୋଟି ବ୍ଲକ ର ସଭାପତି ମାନଙ୍କୁ ନେଇ ମୟୁରଭଞ୍ଜ ଜିଲ୍ଲା ର ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଜିଲ୍ଲା ରାଜସ୍ବ ଅଧିକାରିଣୀ ଙ୍କ ଜରିଆ ରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟ ରେ ମୟୁରଭଞ୍ଜ ଜିଲ୍ଲା କୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି, ପ୍ରକାଶ ଥାଉ କି ସ୍ୱାଧୀନତା ପୂର୍ବରୁ ବର୍ତମାନ ର ମୟୁରଭଞ୍ଜ ଜିଲ୍ଲା ଏକ ସ୍ୱାଧୀନ ଗଡଜାତ ରାଜ୍ୟ ଥିଲା |ନବମ ଶତାବ୍ଦୀ ରୁ ଭାରତ ବର୍ଷ ସ୍ୱାଧୀନ ହେବା ପର୍ଯ୍ୟନ୍ତ ଭଞ୍ଜ ରାଜବଂଶ ଙ୍କ ଅଧୀନ ରେ ଖିଜିଙ୍ଗା ମଣ୍ଡଳ ନାମରେ ନାମିତ ଥିଲା |ବର୍ତମାନ ମୟୁରଭଞ୍ଜ ଜିଲ୍ଲା ସହିତ ପଶ୍ଚିମବଙ୍ଗ ର ମେଦିନୀପୁର, ବିହାର ରାଜ୍ୟ ର ପୂର୍ବ ଓ ପଶ୍ଚିମ ସିଙ୍ଗଭୁମ, କେନ୍ଦୁଝର ଜିଲ୍ଲା, ବାଲେଶ୍ୱର ଜିଲ୍ଲାର ନୀଳଗିରି ଗଡଜାତ ଓ ଉତ୍ତର ବାଲେଶ୍ୱର ରେ ଥିବା ବନ୍ଦରାଞ୍ଚଳ ସାମିଲ ଥିଲା |ମୋଗଲ ଶାସନ ବେଳେ ମୟୁରଭଞ୍ଜ ଏକ ବିଶାଳ ରାଜ୍ୟ ଥିଲା ଯାହାକି ଏହାର ପୂର୍ବ ଭାଗ ସମୁଦ୍ର କୁ ଲାଗିଥିଲା, ବ୍ରିଟିଶ ରାଜତ୍ୱ ସମୟରେ ମୟୁରଭଞ୍ଜ ଗଡଜାତ ଏକ ସବୁଠାରୁ ପ୍ରଗତିଶୀଳ ରାଜ୍ୟ ଭାବେ ଭାରତ ବର୍ଷ ରେ ପରିଗଣିତ ହେଇଥିଲା, ମୟୁରଭଞ୍ଜ ରାଜ୍ୟର ନିଜସ୍ୱ ରେଳ ରାସ୍ତା, ବିମାନ ବନ୍ଦର, ଷ୍ଟେଟ ବ୍ୟାଙ୍କ ଅଫ ମୟୁରଭଞ୍ଜ, ସ୍କୁଲ, ପାୱାର ହାଉସ, ଜଳସେଚନ ବ୍ୟବସ୍ଥା ଓ ଉନ୍ନତ ରାସ୍ତା ଘାଟ ଥିଲା, ଓଡିଶା ପ୍ରତି ମୟୁରଭଞ୍ଜର ଅବଦାନ ଯୋଗୁଁ କଟକରେ ବଡ଼ ମେଡିକାଲ କଲେଜ, ରେଭେନ୍ସା କଲେଜ ଓ ଉତ୍କଳ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ହେଇଥିଲା, ମୟୁରଭଞ୍ଜ ରାଜାଙ୍କର ପ୍ରଚେଷ୍ଟା ଯୋଗୁଁ ଓଡିଶାକୁ ରେଳପଥ ସମ୍ପ୍ରସାରଣ ପାଇଁ ବ୍ରିଟିଶ ସରକାରଙ୍କୁ ରାଜି କରେଇବାରେ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ମୟୁରଭଞ୍ଜ ରାଜାଙ୍କର ପ୍ରଜା ବତ୍ସଳ ଯୋଗୁଁ ପ୍ରଜା ମାନେ ଶାନ୍ତିରେ ବସ ବାସ କରୁଥିଲେ, ଭାରତ ସ୍ୱାଧୀନତାର ପରବର୍ତୀ ସମୟରେ ମୟୁରଭଞ୍ଜ ରାଜ୍ୟ ବିଭାଜନ ର ସମ୍ମୁଖୀନ ହେଇଥିଲା, ରାଜ୍ୟର କିଛି ଅଞ୍ଚଳ ବିହାର ଓ ବେଙ୍ଗଲ ରାଜ୍ୟସହିତ ବଳ ପୂର୍ବକ ମିଶ୍ରଣ କରାଗଲା, ମୟୁରଭଞ୍ଜ ର ବାକି ଅଞ୍ଚକୁ ଓଡିଶା ସହିତ ମିଶାଇ ଜିଲ୍ଲା ଆକାର ରେ ପରିଗଣିତ କରାଗଲା, ମୟୁରଭଞ୍ଜ ର ଜନସାଧାରଣ ଙ୍କର ପ୍ରବଳ ବିରୋଧ ସତ୍ୱେ ୧୯୪୯ ମସିହା ଜାନୁଆରୀ ୧ତାରିଖ ରେ ମୟୁରଭଞ୍ଜ କୁ ଓଡିଶା ପ୍ରଦେଶ ସହିତ ସମ୍ମିଶ୍ରଣ କରାଯାଇଥିଲା | ସ୍ୱାଧୀନତା ର ୭୮ବର୍ଷ ପରେ ପୁଣି ମୟୁରଭଞ୍ଜ ର ଅସ୍ମିତା ପ୍ରତି ବିପଦ ସୃଷ୍ଟି ହୋଇଅଛି, ମୟୁରଭଞ୍ଜ ଏକ ବୃହତ ଆଦିବାସୀ ଜିଲ୍ଲା ଅଟେ, ମୟୁରଭଞ୍ଜ ଜିଲ୍ଲା ଭାରତ ସମ୍ବିଧାନ ର ପଞ୍ଚମ ଅନୁସୂଚିତ ଅନ୍ତର୍ଭୁକ୍ତ ଅଟେ |ତ୍ରିପୁରା ଗଡଜାତ ରାଜ୍ୟକୁ ଯେପରି ରାଜ୍ୟର ମାନ୍ୟତା ଦିଆଗଲା ସେହି ପରି ମୟୁରଭଞ୍ଜ ଜିଲ୍ଲା କୁ ଏକ ରାଜ୍ୟର ମାନ୍ୟତା ଦିଆ ଯାଉ, ସମଗ୍ର ମୟୁରଭଞ୍ଜ ବାସୀଙ୍କ ଭାବ ବେଗ କୁ ସନମାନ ଦେଇ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ତରଫରୁ ମୟୁରଭଞ୍ଜ ଜିଲ୍ଲା କୁ ସ୍ୱତନ୍ତ୍ର ରାଜ୍ୟ ଭାବେ ଘଷଣା କରିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ପାଖରେ ଦାବୀ କରୁଛି, ଏହାପରେ ଶ୍ରୀଦାସ ଡବଲ ଇଞ୍ଜିନ ସରକାର ତଥା ରାଜ୍ୟ ରେ ଚାଲିଥିବା ମୋହନ ଚରଣ ମାଝୀ ସରକାର କୁ କଡା ସମାଲୋଚନା କରଥିଲେ, ଯେବେଠୁଁ ଏହି ଭା ଜ ପା ସରକାର ଓଡିଶା ରେ ସରକାର ଗଠନ କରିଛି ସେବେଠୁ ମୟୁରଭଞ୍ଜ ଜିଲ୍ଲା ରେ ଅନେକ ବିଭାଗରେ ଦୁର୍ନୀତି ଚାଲିଛି, ବିଶୋଇ ବ୍ଲକ ରେ ହେଇଥିବା କୁଆ ପଥର ମାଡ଼ରେ କ୍ଷତି ଗ୍ରସ୍ତ ହିତାଧିକାରୀ ଙ୍କୁ ଠିକ ଭାବରେ ବର୍ତମାନ ସୁଦ୍ଧା କ୍ଷତି ପୂରଣ ପ୍ରଦାନ କରା ଯାଇନଥିବା ବେଳେ ଜାତୀୟ ରାଜପଥରେ ବେଆଇନ ଭାବେ ଟୋଲ ଶୁଳ୍କ ଆଦାୟ, ନାରୀ ନିର୍ଯ୍ୟାତନା, ଯେହେତୁ ମୟୁରଭଞ୍ଜ ଏକ ପଞ୍ଚମ ଅନୁସୂଚିତ ଏବଂ ଆଦିବାସୀ ବହୁଳ ଅଞ୍ଚଳ କିନ୍ତୁ ଏଠାରେ ସରକାର ଗ୍ରାମସଭା ନ କରି ମନମୁଖୀ କାର୍ଯ୍ୟକ୍ରମ ଆରମ୍ଭ କରିଚାଲିଛି ଏବଂ ଉନ୍ନତି ନାମରେ ଆଦିବାସୀମାନଙ୍କର ଜମି ଜାଗାକୁ ଉଛେଦ କରିବା, ଏଥିରେ ସ୍ପଷ୍ଟ ଭାବେ ଜଣାପଡୁଛି ଜେ ଓଡିଶା ସରକାର ଙ୍କର ମୟୁରଭଞ୍ଜ ପ୍ରୀତି ନାହିଁ ବୋଲି ଶ୍ରୀ ଦାସ ଗଣମାଧ୍ୟାମ ପ୍ରତିନିଧି ମାନଙ୍କ ପାଖରେ ପ୍ରକାଶ କରିଥିଲେ |
ଉକ୍ତ ଦାବୀ ପତ୍ର କୁ ପ୍ରଦାନ କରିବା ସମୟରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ମୟୁରଭଞ୍ଜ ଜିଲ୍ଲା କମିଟି ର ସମସ୍ତ ପଦାଧିକାରୀ ତଥା ଜିଲ୍ଲା ସଭାପତି ଶ୍ରୀ କୃଷ୍ଣ ଚନ୍ଦ୍ର ଦାସ, ଉପସଭାପତି ରାଜା ହେମ୍ବ୍ରମ,ଘନଶ୍ୟାମ ପିଙ୍ଗୁଆ, ସମ୍ପାଦକ ଶୈଳେନ୍ଦ୍ର ହେମ୍ବ୍ରମ, କେନ୍ଦ୍ରୀୟ କମିଟି ସଦସ୍ୟ ଶ୍ରୀ ଦିବାକର ସୋରେନ, ରାଜ୍ୟ ପରିଷଦ ସଭ୍ୟ ଶ୍ରୀ ସନାତନ ମୁର୍ମୁ , ଟାଉନ ସଭାପତି -ତରେନ ସେନାପତି ପ୍ରମୁଖ ଙ୍କ ସହିତ ସମସ୍ତ ବ୍ଲକ ର ସଭାପତି ତଥା ବେତନଟି -ଡମାନ ମୁର୍ମୁ,କୁଳିଅଣା -ଭାଗିରଥି ସୋରେନ, ବିଶୋଇ -ଶ୍ୟାମ ସୁନ୍ଦର ହାଁସଦା, ଶୁଳିଆପଦା -ମନୋଜ ଦାନ,ସାମାଖୁଣ୍ଟା -ଗୌରଚନ୍ଦ୍ର ସିଂ,ରାସଗୋବିନ୍ଦପୁର ବ୍ଲକ -ସୁକୁଲ ମାର୍ଣ୍ଡି,ଉଦଳା ବ୍ଲକ ଉପଦେଷ୍ଟା ଶିରୀଶ ଟୁଡୁ, ଅଭିଷେକ ଦଣ୍ଡପାଟ, ସୁଜିତ ବେହେରା, ସେକ ଆଶାବଦ, ବାବୁଲା ମୁର୍ମୁ, ବିଶ୍ୱନାଥ ରାୟ, ମସ୍ତରାମ ହେମ୍ବ୍ରମ, ଦିଲ୍ଲୀପ ଟୁଡୁ, ଦୁବାଇ ସୋରେନ,ଏବଂ ଶତାଧିକ କର୍ମୀ ଉପସ୍ଥିତ ରହି ଉକ୍ତ ଦାବୀ ପତ୍ର ପ୍ରଦାନ କରିଥିଲେ.