ମୟୁରଭଞ୍ଜ ଜିଲ୍ଲାର ନୂତନ କଂଗ୍ରେସ ଜିଲ୍ଲା ସଭାପତିଙ୍କୁ କର୍ମୀ ମହଲରେ ଶୁଭେଚ୍ଛା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ନୂତନ କଂଗ୍ରେସ ଜିଲ୍ଲା ସଭାପତି ଭାବେ ପ୍ରଦେଶ କଂଗ୍ରେସ ତରଫରୁ ନିଯୁକ୍ତ । ରବିବାର ଦିନ ଅପରାହ୍ନରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ନୂତନ ସଭାପତିଙ୍କୁ ବିଭିନ୍ନ ପ୍ରାନ୍ତରରୁ କଂଗ୍ରେସ କର୍ମୀମାନେ ପୁଷ୍ପ  ଦେଇ ଶୁଭେଚ୍ଛା ଜଣାଇଥିଲେ । ସମସ୍ତ କଂଗ୍ରେସ ପ୍ରେମୀ, ଶୁଭେଛୁ ଏକଜୁଟ ହୋଇ ସଂଗଠନକୁ ସୁଦୃଢ କରିବା ପାଇଁ ଜିଲ୍ଲା ସଭାପତି ଆହ୍ୱାନ ଦେଇଥିଲେ । ପରେ ଜିଲ୍ଲାର ପ୍ରତ୍ୟେକ ବ୍ଳକ ପଞ୍ଚାୟତରେ ଦଳକୁ ସୁସଂଗଠିତ କରାଯିବ ବୋଲି ସେ କହିଥିଲେ । ବିଜେପି ଓ ବିଜେଡ଼ି ଦଳର ଓଡିଶାବାସୀଙ୍କୁ ପ୍ରତାରଣା କରିଛନ୍ତି । କୃଷି ବିଲ୍ ଚାଷୀ ବିରଧୀ । ତେଣୁ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଗକୁ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି କହିଥିଲେ । ତାଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟନାୟକ ଏବଂ ପ୍ରଦେଶ କଂଗ୍ରେସ ପ୍ରଭାରୀ ଡଃ.ଏ ଚେଲାକୁମାର ତାଙ୍କୁ ଓଡ଼ିଶାର ସର୍ବ ବୃହତମ ମୟୁରଭଞ୍ଜ ଜିଲ୍ଲାର କଂଗ୍ରେସ ସଭାପତି ଭଳି ଗୁରୁ ଦାଇତ୍ୱ ଦେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ । କଂଗ୍ରେସ ଦଳକୁ ଜିଲ୍ଲାର ଏକ ନମ୍ବର ରାଜନୈତିକ ଦଳ ଭାବେ ଗଠନ ପାଇଁ ସେ ଦୃଢପରିକର ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସରସ୍ଵତୀ ହେମ୍ବ୍ରମ, ବରିଷ୍ଠ ଓକିଲ ବିଜନ ଦାସ,ସସ୍ମିତା ଘୋଷାଲ,ଅଜୟ ମହାପାତ୍ର,ଯୋଗେଶ ଅଗ୍ରୱାଲ, ଇତିଶ୍ରୀ ମିଶ୍ର, ଅରବିନ୍ଦ ଦାସ, ପ୍ରଦୀପ ମିଶ୍ର ଶାନ୍ତନୁ ପାଲ, ଇନ୍ଦୁମତୀ ମହାନ୍ତି,ନିର୍ମଳ ପ୍ରଧାନ,ପ୍ରଦୀପ ଦାସ,ବିଜୟ ସିଂ,ହିତେନ୍ଦ୍ର ଲାଲ ସାହୁ,ଶୁଭ ସ୍ମିତା ବେହେରା,ଜୀବନ ବାରିକଙ୍କ ସମେତ ବହୁ ଆଗରୁ ଧାଡ଼ିର ନେତୃବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ