ମୟୁରଭଞ୍ଜ ବିଜେଡ଼ି ପକ୍ଷରୁ କରୋନା ମୁକାବିଲା ନେଇ ବୈଠକ
ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ): ବିଜୁ ଜନତା ଦଳ ମୟୁରଭଞ୍ଜ ସଦର ର ଜିଲ୍ଲା ସଭାପତି ଶ୍ରୀ କାଶୀନାଥ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ରେ ଝାଡଖଣ୍ଡ ରାଜ୍ୟ ସହ ଲାଗିଥିବା ତିରିଂ ବ୍ଲକ ଠାରେ କରୋନା ର ସଫଳ ମୁକାବିଲା ସହ ପ୍ରବାସୀ ଶ୍ରମିକ ତଥା ଅନ୍ୟ ରାଜ୍ୟରୁ ନିଜ ଜନ୍ମମାଟି କୁ ଆସୁଥିବା ଲୋକେ କିପରି ସରକାରଙ୍କ ନିୟମ କୁ ମାନି ସଂଗରୋଧ କେନ୍ଦ୍ରରେ ଶୃଙ୍ଖଳିତ ଭାବରେ ରହିବେ,ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ସବୁ ପ୍ରବାସୀ ଓଡ଼ିଆ ଭାଇ,ଭଉଣୀ ମାନଙ୍କୁ ସ୍ନେହ, ଆଦର ପୂର୍ବକ ନିଜ ପରିବାର ର ସଦସ୍ୟ ଭାବେ ବ୍ୟବହାର କରିବା ସପକ୍ଷରେ ବ୍ୟାପକ ଜନସେଚନତା ସୃଷ୍ଟି କରାଯିବ ବୋଲି ତିରିଂ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜେମାମଣି ଶୁଣ୍ଢି, ପୁର୍ବତନ ବ୍ଳକ ଅଧ୍ୟକ୍ଷ ତଥା ଯୁବନେତା ବଳଦେବ ହେମ୍ବ୍ରମ, ବିଜେଡି ଜିଲ୍ଲା ପରିଷଦ ସଭ୍ୟ ପରେଶ ମୁଣ୍ଡା, ସମିତି ସଭ୍ୟ ଜିତରାୟ ବାସ୍କେ ଓ ଅନଜ ଗୁପ୍ତା ପ୍ରମୁଖ ଦୃଢ଼କ୍ତି ପ୍ରକାଶ କରିଥିଲେ।ତିରିଂ ବ୍ଲକ ଉପାନ୍ତ ଅଂଚଳ ହୋଇଥିବାରୁ ଉକ୍ତ ବ୍ଲକ ର ସମସ୍ତ କାର୍ଯ୍ୟକର୍ତା ଙ୍କ ଦାୟୀତ୍ୱ ଅଧିକ ବୋଲି ଦଳୀୟ ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।


