ମୟୂରକୁ କେଉଁ ଅବସ୍ଥାରେ ଦେଖିଲେ କ’ଣ ସଙ୍କେତ ମିଳିଥାଏ

ସ୍ୱପ୍ନ ଭବିଷ୍ୟତରେ ହେବାକୁ ଯାଉଥିବା ଭଲ ମନ୍ଦ ଘଟଣା ବିଷୟରେ ସଙ୍କେତ ଦେଇଥାଏ । ପ୍ରାଚୀନ ଗ୍ରନ୍ଥ ମାନଙ୍କରେ ସ୍ୱପ୍ନ ବିଜ୍ଞାନ ଓ ତାହାର ଫଳ ସମ୍ପର୍କରେ ବ୍ୟାଖ୍ୟା କରାଯାଇଛି । କିଛି ସ୍ୱପ୍ନ ଏପରି ରହିଛି ଯାହା ସମସ୍ତଙ୍କୁ ଆସେ ନାହିଁ । ତେବେ ସ୍ୱପ୍ନରେ ମୟୂର ଦେଖିବା ଶୁଭ । ଏହା ଭବିଷ୍ୟତରେ ଅନେକ ସଙ୍କେତ ଦେଇଥାଏ । ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ମୟୂରର କେଉଁ ଅବସ୍ଥାରେ ଦେଖିଲେ ଭବିଷ୍ୟତରେ କେଉଁ ଫଳ ମିଳିଥାଏ । ଯଦି ସ୍ୱପ୍ନରେ ଅଣ୍ଡିରା ମୟୂର ଓ ମାଈ ମୟୂରଙ୍କୁ ଏକାଠି ବସିବାର ଦେଖିବେ ତେବେ ଏହା ବିବାହିତ ଯୋଡିଙ୍କ ଲାଗି ଶୁଭ ହୋଇଥାଏ । ସ୍ୱପ୍ନରେ ମୟୂର ନାଚିବାର ଦେଖନ୍ତି ତେବେ ଜାଣିବେ ଖୁବ ଶୀଘ୍ର ଭାଗ୍ୟୋଦୟ ହେବ । ସ୍ୱପ୍ନରେ ମୟୂରଙ୍କୁ ତଳେ ବସିଥିବା ଦେଖିବା ଅଶୁଭ । ଏହା ଚାକିରି କ୍ଷେତ୍ରରେ ଅସ୍ଥିରତା, ଘର ସଦସ୍ୟଙ୍କ ବେମାରୀ, ପରିବାରରେ ଚିନ୍ତା ବଢ଼ିବାର ସଙ୍କେତ ଦେଇଥାଏ । ମୟୂରକୁ ମାରି ମାଂସ ଖାଇବା ସ୍ୱପ୍ନ ଦେଖିଲେ ଦୁର୍ଭାଗ୍ୟ ମାଡି ଆସିବାର ସଙ୍କେତ ଦେଇଥାଏ । କୌଣସି ବୃକ୍ଷରେ ଏକାନ୍ତରେ ମୟୂର ବସିଥିବାର ଦେଖନ୍ତି ତେବେ ଶତ୍ରୁ ଭୟ ଲାଗି ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ