ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ

ନୂଆଦିଲ୍ଲୀ : ସମ୍ପ୍ରତି ଦେଶରେ ଦେଖା ଦେଇଥିବା ବୈଶ୍ୱିକ ମହାମାରୀ କୋଭିଡସତ୍ତ୍ୱେ ଜାତୀୟ ଯକ୍ଷ୍ମା ଉନ୍ମୁଳନ କାର୍ଯ୍ୟକ୍ରମ (ଏନଟିଇପି) ଯେଭଳି ଜାରି ରହେ ତାହା ସୁନିଶ୍ଚିତ କରିବା ସକାଶେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମର୍ମରେ ଆଜି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ / କେନ୍ଦ୍ରଶାସିତ କ୍ଷେତ୍ରଗୁଡ଼ିକର ସରକାରଙ୍କ ନିକଟକୁ ଏକ ପତ୍ର ପଠାଯାଇଛି । ସେହି ପତ୍ରରେ ଦର୍ଶାଯାଇଛି ଯେ କୋଭିଡ-19 ମହାମାରୀ ସ୍ଥିତି ସତ୍ତ୍ୱେ ସେମାନଙ୍କ ରାଜ୍ୟରେ ଯକ୍ଷ୍ମା ରୋଗୀମାନଙ୍କ ଚିକିତ୍ସାରେ ଯେଭଳି କୌଣସି ଅବହେଳା ନଘଟେ । ଏହି ବିସ୍ତୃତ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛିଯେ ଯେଉଁ ରୋଗୀମାନେ ନୂଆ କରି ଚିହ୍ନଟ ହେଉଛନ୍ତି କିମ୍ବା ଯେଉଁମାନେ ଯକ୍ଷ୍ମା ରୋଗୀଭାବେ ଚିକିତ୍ସାଧୀନ ଅଛନ୍ତି ସେମାନଙ୍କୁ ଏକାସଙ୍ଗେ ଗୋଟିଏ ମାସର ଔଷଧ ଯୋଗାଇ ଦିଆଯିବା ଦରକାର । ଏହା ଉଭୟ ସରକାରୀ ତଥା ଘରୋଇ ସେକ୍ଟର ଯକ୍ଷ୍ମା ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ସେଥିରେ ଔଷଧ-ସହନକ୍ଷମ ଯକ୍ଷ୍ମା ରୋଗୀମାନେ ମଧ୍ୟ ସାମିଲ । ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନେ ଏକଥା ସୁନିଶ୍ଚିତ କରିବା ଆବଶ୍ୟକ ଯେ ଯକ୍ଷ୍ମା ରୋଗୀମାନଙ୍କ ନିକଟରେ ପରିଚୟ ପତ୍ର ଥାଉ ଅବା ନଥାଉ ସେମାନେ ଯେଭଳି ସୁବିଧାରେ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରୁ ସେମାନଙ୍କର ଔଷଧ ପାଇପାରିବେ ଯଦ୍ୱାରା ସେମାନଙ୍କର ଚିକିତ୍ସାରେ କୌଣସି ବାଧା ଉତ୍ପନ୍ନ ହେବନାହିଁ । ଅଧିକନ୍ତୁ, ଏହି ନିର୍ଦ୍ଦେଶନାମାରେ ଏକଥା ଦର୍ଶାଯାଇଛି ଯେ ଯଦ୍ୟପି ଜଣେ ଯକ୍ଷ୍ମା ରୋଗୀ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ଆସି ନପାରେ, ଯେଉଁଠାରେ ସମ୍ଭବ ତାଙ୍କର ଘରଠାରେ ଏଭଳି ଔଷଧ ଉପଲବ୍ଧ କରାଇବା ଲାଗି ସମସ୍ତ ବ୍ୟବସ୍ଥା କରାଯିବା ଉଚିତ । ମହାମାରୀ କୋଭିଡ ଯୋଗୁ ଉତ୍ପନ୍ନ ପରିସ୍ଥିତି ତଥା ଲକଡାଉନ୍‌ ଦୃଷ୍ଟିରୁ ଏଭଳି ଯକ୍ଷ୍ମା ଔଷଧ ପର୍ଯ୍ୟାପ୍ତ ମାତ୍ରାରେ ଉତ୍ପାଦନ କରାଯିବା ଏବଂ ତାହା ସମସ୍ତ ରୋଗୀଙ୍କ ନିକଟରେ ଉପଲବ୍ଧ କରାଯିବା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କରେ ଏବେ ଯକ୍ଷ୍ମା ଚିହ୍ନଟ ତଥା ଚିକିତ୍ସା ସେବା କାର୍ଯ୍ୟକାରୀ କରାଯାଉଛି । ଯକ୍ଷ୍ମା ରୋଗୀମାନଙ୍କୁ କୋଭିଡ ମହାମାରୀ ସଂପର୍କରେ ସତର୍କ ମଧ୍ୟ କରାଯାଉଛି ଏବଂ ସେମାନେ ଡାକ୍ତରମାନଙ୍କ ପରାମର୍ଶ ମୁତାବକ ଯକ୍ଷ୍ମା ନିରାକରଣ ଔଷଧ ସେବନ ଜାରି ରଖିବା ନିମନ୍ତେ ସେମାନଙ୍କୁ ପରାମର୍ଶ ଦିଆଯାଉଛି । ରୋଗୀମାନଙ୍କ ସ୍ୱାସ୍ଥ୍ୟ ତଥା ସ୍ୱାସ୍ଥ୍ୟ କର୍ମୀମାନଙ୍କ ସୁସ୍ଥତା ଉପରେ କୋଭିଡ ମହାମାରୀ ଦୃଷ୍ଟିରୁ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଉଛି । ଏହା ଅତିରିକ୍ତ, ଟିବି ଦେୟମୁକ୍ତ ନମ୍ବର (୧୮୦୦-୧୧-୬୬୬୬) ସଂପର୍କରେ ମଧ୍ୟ ସମସ୍ତ ରୋଗୀଙ୍କୁ ସୂଚୀତ କରାଯାଇଛି ଏବଂ ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଏହି ନମ୍ବରରେ ଯୋଗାଯୋଗ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ