ଯଯାତୀକେଶରୀ ନଗର ବିଜେଡି ସଭାପତି ନିର୍ବାଚିତ
କେନ୍ଦ୍ରାପଡା : ନଗର ବିଜେଡି ସଭାପତି ଭାବେ ଯଯାତୀ କେଶରୀ ମହାନ୍ତି ନିର୍ବାଚିତ ହୋଇଥିବାରୁ ସଭାପତି ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି । କେନ୍ଦ୍ରାପଡା ନଗର ବିଜେଡି ସଭାପତି ଭାବେ ମହାନ୍ତି ନିର୍ବାଚିତ ହୋଇଥିବାରୁ ପୂର୍ବତନ ନଗରପାଳ ଧିରେନ ସାହୁ, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି,ଜିଲ୍ଲା ବିଜେଡି କାର୍ଯ୍ୟକାରି ସଭାପତି ଦୁର୍ଗାଶିଷ ମହାନ୍ତି, ପୂର୍ବତନ କାଉନସିଲର ରଞ୍ଜିତ ସାହୁ, ହିରଣ୍ୟ ପଣ୍ଡା, ମଙ୍ଗଲବରଣ ସିଂ, ଦୁର୍ଗା ପତି, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ଜିଲ୍ଲା ମହିଳା ବିଜେଡି ସଭାପତି ସ୍ନେହପ୍ରଭା ତ୍ରିପାଠୀ, ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ମମତାରାଣୀ ଧଳ, କାର୍ତ୍ତିକ ଚନ୍ଦ୍ର ନାୟକ, ମହେନ୍ଦ୍ର ମିଶ୍ର, ବିଜୟ କୁମାର ପତି, ସଞ୍ଜୟ କୁମାର ଜେନା , ଦେବଦାସ ମହାନ୍ତି, ଧିରେନ୍ଦ୍ର କୁମାର ଦାସ ପ୍ରମୁଖ ଦଳର ଛାମୁଆ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତି, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ କୃତଜ୍ଞତା ଜଣାଇବା ସହିତ ଶ୍ରୀ ସାହୁଙ୍କୁ ଶୁଭେଛା ଜଣାଇଛନ୍ତି ।