ଯଶପ୍ରିତ ବୁମରା ଙ୍କ ରେକର୍ଡ
ଭାରତୀୟ ଟିମ୍ ର ଯୁବ ଦ୍ରୁତ ବୋଲର ଯଶପ୍ରିତ ବୁମରା ଏକ ନୂଆ ରେକର୍ଡ ର ଅଧିକାରୀ ହୋଇଛନ୍ତି । ସେ ସାବିନା ପାର୍କରେ ଖେଳାଯାଉଥିବା ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚରେ ହ୍ୟାଟ୍ରିକ ନେଇ ଇଣ୍ଡିଜକୁ ପ୍ରଥମ ଇନିଂସରେ ୧୧୭ ରନ ଅଲଆଉଟ୍ କରିବାରେ ମହତ୍ଵପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଟେଷ୍ଟରେ ଭାରତ ପାଇଁ ହ୍ୟାଟ୍ରିକ୍ ଓ୍ଵିକେଟ୍ ନେବାରେ ତୃତୀୟ ବୋଲର ହୋଇଥିବା ବୁମରା କହିଛନ୍ତି ଯେ, ମୋତେ ଟେଷ୍ଟ କ୍ରିକେଟରେ ଭଲ ଆରମ୍ଭ ମିଳିଛି ଯେତିକି ଅନୁଭବ ହାସଲ କରିବା କଥା ହାସଲ କରିବି।


