ଯଶସ୍ୱୀ ୱେଲଫେର୍ ଟ୍ରଷ୍ଟ ତରଫରୁ ଶ୍ରମିକଙ୍କୁ ରାସନ ସାମଗ୍ରୀ ବଣ୍ଟନ
ସୁରତ , (ଅନିଲ କୁମାର ): କରୋନା ଯୋଗୁଁ ସୁରତରେ ଏବେବି ଫସି ରହିଥିବା ଶ୍ରମିକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ସୁରତ ସ୍ଥିତ ଯଶସ୍ୱୀ ୱେଲଫେର୍ ଟ୍ରଷ୍ଟ ତରଫରୁ ଟ୍ରଷ୍ଟର ପ୍ରମୁଖ ଶ୍ରୀ ଗୋପୀନାଥ ସ୍ୱାଇଁ ସହାୟତାର ହାତ ବଢ଼ାଇଛନ୍ତି । ସେ ସୁରତରେ ଥିବା ଶ୍ରମିକ ଭାଇମାନଙ୍କୁ ୧୦୦୦(ଏକ ହଜାର ) ରାସନ ସାମଗ୍ରୀର କିଟ୍ ପ୍ରଦାନ କରି ତାଙ୍କର ମହାନତାର ପରିଚୟ ଦେଇଛନ୍ତି । ଏହି ଅବସରରେ ସ୍ଥାନୀୟ ଲୋକ ସଭା ସାଂସଦ ଶ୍ରୀ ସିଆର୍ ପାଟିଲ ତଥା ବିଧାୟକ ଶ୍ରୀ ବିବେକ ପଟେଲ ଓ ସଂଗୀତା ବେନ ପାଟିଲ ଓ ସ୍ଥାନୀୟ କରପୋରେଟରମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ପ୍ରଥମ ଥର ପାଇଁ ନିଜ ହାତରୁ ଏତେ ଟଙ୍କା ଖର୍ଚ୍ଚ ଓଡ଼ିଆ ସମାଜରେ ଏକ ଉଦାହରଣ ସୃଷ୍ଟି କରିଥିବା ଗୋପୀନାଥ ସ୍ୱାଇଁ (ଛୋଟୁ ଭାଇ)ଙ୍କ ଏହି ସହାୟତା, ଲକ୍ ଡ଼ାଉନ୍ରେ ଓଡ଼ିଶା ଯାଇପାରିନଥିବା ନିମ୍ନ ମଧ୍ୟବର୍ତ୍ତୀ ପରିବାର ପାଇଁ ଆଶୀର୍ବାଦ ସ୍ୱରୂପ ହୋଇପାରିଛି ।