ଯଶୁଆପୁର ବିକାଶ ପରିଷଦ ତରଫରୁ ଜଳଛତ୍ର ଉଦଘାଟିତ
ଭୁବନେଶ୍ୱର : ନୂତନ ଓଡ଼ିଆ ନବ ବର୍ଷ ଓ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଯଶୁଆପୁର ବିକାଶ ପରିଷଦ ତରଫରୁ ଯଶୁଆପୁର ଗ୍ରାମରେ ଜଳଛତ୍ର ଉଦ୍ଘାଟିତ ହୋଇଯାଇଛି । ବର୍ତ୍ତମାନ ଦେଖା ଦେଇଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ରକ୍ଷା ପାଇଁ ପାଇଁ ଯଶୁଆପୁର ବିକାଶ ପରିଷଦ ତରଫରୁ ଏକ ପ୍ରୟାସ । ଜଳଛତ୍ରଟିକୁ ଶିକ୍ଷାବିତ୍ ବିଧୂଭୂଷଣ ପଟ୍ଟନାୟକ ଉଦ୍ଘାଟନ କରି ଯଶୁଆପୁର ବିକାଶ ପରିଷଦର ଏତାଦୃଶ କାର୍ଯ୍ୟକଳାପକୁ ଭୂୟଂସୀ ପ୍ରଶଂସା କରିବା କରିଥିଲେ । କାର୍ଯ୍ୟକ୍ରମକୁ ଦୀନବନ୍ଧୁ ଭୋଇ, କାଞ୍ଚନ ଫାଉଣ୍ଡେସନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ, ୱାର୍ଡ଼ ମେମ୍ବର ନାରାୟଣ ପଣ୍ଡା, ଯଶୁଆପୁର ବିକାଶ ପରିଷଦର ପ୍ରତିଷ୍ଠାତା ରଞ୍ଜନ କୁମାର ମହାପାତ୍ର, ସଭାପତି ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ଅରୁଣ ନାୟକ ପ୍ରମୁଖ ଅଧ୍ୟକ୍ଷତା କରିଥିବା ବେଳେ ତପନ ସ୍ୱାଇଁ, ମଦନ ମୋହନ ମହାନ୍ତି, ସତ୍ୟରଞ୍ଜନ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।


