ଯଶୋଦା ଫାଉଣ୍ଡେସନ ପକ୍ଷରୁ ଖୁରିଗାଁ ଗ୍ରାମ ରେ ଚାରା ଓ ଛତା ବଣ୍ଟନ କାର୍ଯ୍ୟକ୍ରମ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ନଡ଼ିଆ ଚାରା ସମେତ ଅନ୍ୟାନ୍ୟ ଚାରା ଏବଂ ଛତା ବଣ୍ଟନ କାର୍ଯ୍ୟକ୍ରମ ଛତ୍ରପୁର ବ୍ଲକ ଅନ୍ତର୍ଗତ ଖୁରିଗାଁ ଗ୍ରାମରେ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ ଯୋଗଦେଇ ଗ୍ରାମର ୧୧ ଜଣ ମହିଳା ଙ୍କୁ ଛତା ବଣ୍ଟନ କରାଯାଇଥିବା ବେଳେ ମହିଳାଙ୍କୁ ନଡ଼ିଆ ସମେତ ପିଜୁଳି , ଅଁଳା ଡାଳିମ୍ବ , କୈଠ ଓ ଗଙ୍ଗଶିଉଳି ଗଛ ର ୫୧ ଟି ଚାରା ବଂଟନ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ଯଶୋଦା ଫାଉଣ୍ଡେସନର ଟ୍ରଷ୍ଟି ସାଗରିକା ପଣ୍ଡା, ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳି ସାହୁ ପରିଚାଳନା କରିଥିଲେ ।


