ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଦୁଇଦିନିଆ ସାଂସ୍କୃତିକ ଓ ଶୈଖିକ ଉତ୍ସବ
ଗଂଜାମ, (ବିନୋଦ ପଲାଇ):ଆଜି ଗଂଜାମ ସହରସ୍ଥିତ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଦୁଇଦିନିଆ ସାଂସ୍କୃତିକ ଓ ଶୈଖିକ ଉତ୍ସବ ଅଧ୍ୟକ୍ଷା ଶ୍ରୀମତୀ ଲିପିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି। ଅତିଥି ଭାବେ ଯୋଗଦେଇ ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସିମାଞ୍ଚଳ ଭୋଳ ଓ ଗଞ୍ଜାମ ଅଞ୍ଚଳର ବିଶିଷ୍ଟ ରାଜନେତା ତଥା ପ୍ରାକ୍ତନ ଉପବାଚସ୍ପତି ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ଆଜି କାର୍ଯ୍ୟକ୍ରମରେ ସଙ୍ଗୀତ, ନାଚ, ରଙ୍ଗୋଲି ଓ କୌତୁକ (Quiz) ପ୍ରଶ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ବାତ୍କୃତା, ପ୍ରବନ୍ଧ ଓ ମେହେନ୍ଦି ପକା ପ୍ରତିଯୋଗିତା ଅନୁଷ୍ଠିତ ହେବ। ସଙ୍ଗୀତ ଗାଇବା ପ୍ରତିଯୋଗିତାରେ କୁମାରୀ ସନ୍ଧ୍ୟା ରାଣୀ ବେହେରା, ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ଡି. ହରପ୍ରିୟା ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବେ ସଙ୍ଗୀତ ଶିକ୍ଷକ ଶ୍ରୀ ରତ୍ନାକର ମହାରଣା ଓ କେ. କାନକେୟା ରେଡ୍ଡୀ ପରିଚାଳନା କରିଥିଲେ। ନୃତ୍ୟ ପ୍ରତିଯୋଗିତାରେ ସୁଶ୍ରୀ ତେଜସ୍ଵୀନୀ ପ୍ରଧାନ, ପ୍ରଥମ, ବର୍ଷାରାଣି ଦାସ ଦ୍ଵିତୀୟ ଓ ଅର୍ପିତା ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରତିଯୋଗିତାକୁ ନୃତ୍ୟ ଗୁରୁ ଶ୍ରୀଯୁକ୍ତ ପଙ୍କଜ କୁମାର ପଲାଇ ଓ ରତ୍ନାକର ମହାରଣା ପରିଚାଳନା କରିଥିଲେ। କୁଇଜ୍ ପ୍ରତିଯୋଗିତାରେ ସୁଶ୍ରୀ ସନ୍ଧ୍ୟା ରାଣୀ ବେହେରା, ପ୍ରଥମ, ଉଷା ପ୍ରଧାନ ଦ୍ଵିତୀୟ ଓ ପ୍ରିୟଦର୍ଶିନୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ରଙ୍ଗୋଲୀ ପ୍ରତିଯୋଗିତାରେ କୁମାରୀ ସନ୍ତୋଷିନି ସାହୁ, ସନ୍ତୋଷୀ ବେହେରା ଓ ଉଷା ପ୍ରଧାନ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗଠକ ସୁଶ୍ରୀ ହିମାଶିଖା ସାହୁ, ଅଧ୍ୟାପିକା ସସ୍ମିତା ସାହୁ, ଆରତୀ ସେଠୀ, ଆକାଶ କୁମାର ସାହୁ, ପ୍ରୀତି ପ୍ରିୟଦର୍ଶିନୀ, କର୍ମଚାରୀ ସୁରେଶ କୁମାର ପାଢ଼ୀ, ଜ୍ଞାନରଞ୍ଜନ ସାହୁ ଆଦି ପରିଚାଳନା କରିଥିଲେ।