ଯଶ କୀର୍ତ୍ତି ଆଦର୍ଶରେ ସମ୍ମାନିତ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର
ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ସହରରେ ଅପରାଧିଙ୍କ ପୃଷ୍ଠଭୂମିକୁ ଦମନ କରି ଏକ ଶୃଙ୍ଖଳିତ ସହରରେ ପରିଣତ କରିବାର ସକ୍ଷମ ଦେଖାଇଛନ୍ତି ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ । ନିଜର କାର୍ଯ୍ୟ ଦକ୍ଷତା ଓ କର୍ମମୟ ଜୀବନ ମଧ୍ୟରେ ସମାଜର କଲ୍ୟାଣ ଏବଂ ମଙ୍ଗଳ ଚିନ୍ତା କରୁଥିବା ଜଣେ ସଚ୍ଚୋଟ ମଣିଷର ପ୍ରକୃତ ପରିଚୟ ପାଇଛନ୍ତି ପୋଲସରା ଅଞ୍ଚଳ ବାସୀ । ଦିର୍ଘ ୫ ବର୍ଷ ଧରି ଥାନା ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରି ପୋଲସରା ସହରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି । ପୋଲସରା ଥାନର ପାରିପାର୍ଶ୍ବିକ ଚିତ୍ରର ନକ୍ସାକୁ ବଦଳାଇବାକୁ ଯାଇ ଥାନା ସମ୍ମୁଖରେ ଏକ ସୌନ୍ଦର୍ଯ୍ୟଭରା ପାର୍କ । ଉନ୍ନତ ଧରଣରର ରଙ୍ଗୀନ ମାଛ ମାନଙ୍କ ବିଚରଣ ପାଇଁ ଏକ ସ୍ବତନ୍ତ୍ର ଆକ୍ବାରିମ୍ ବ୍ୟବସ୍ଥା କରାଯାଇଛି । ଥାନା ପଛପଟେ ଅଳିଆ ଆବର୍ଜନାରେ ପଡ଼ି ରହିଥିବା ସ୍ଥାନକୁ ପରିଷ୍କାର ପରିଛନ୍ନ କରି ସୌନ୍ଦର୍ଯ୍ୟ ପୁଷ୍କରିଣୀ ଟିଏ କରିଛନ୍ତି । ଏପରିକି ଭଲିବଲ୍ ଓ ବ୍ୟାଡ଼ମିଣ୍ଟନ ଖେଳିବା ପାଇଁ ଦୁଇଟି ଅତ୍ୟାଧୁନିକ କୋର୍ଟ ମଧ୍ୟ କରାଯାଇଛି । ସବୁଠାରୁ ବଡ଼କଥା ହେଉଛି ନିଜ ଜୀବନ ଜଞ୍ଜାଳର ସଂଘର୍ଷ ମଧ୍ୟରେ କୈଣସି ପରିସ୍ଥିତିରେ ହାର ମାନି ନାହାନ୍ତି । ଅସୀମ ଧର୍ଯ୍ୟ କର୍ମର ତପସ୍ୟା ବଳରେ ପୋଲସରା ଥାନା ପରିସରରେ ଏକ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ତ୍ରିନାଥ ମନ୍ଦିର ନିର୍ମାଣ କରିଛନ୍ତି ଥାନା ଅଧିକାରୀ ଶ୍ରୀ ମଲ୍ଲିକ । ଏପରିକି ସହରର ବିଭିନ୍ନ ଅପରାଧିକ ଗତି ବିଧି ଉପରେ ତିଖ୍ନ ନଜର ରଖିବା ପାଇଁ ସଂପୂର୍ଣ୍ଣ ପୋଲସରା ସହରକୁ ଅତ୍ୟାଧୁନିକ ହାଇ ଟେକ୍ନୋଲୋଜି ସିସିଟିଭି କ୍ୟାମେରା ଲଗାଇଛନ୍ତି । ପୋଲସରା ଥାନାରେ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀଙ୍କ କ୍ବାର୍ଟର ପାଇଁ ପ୍ରଯ୍ଯାପ୍ତ ଜମି ଚିହ୍ନଟ କରିବା ସହ ନିର୍ମାଣ ସକାଶେ ୧କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ନିଜ କାର୍ଯ୍ୟକାଳ ମଧ୍ୟରେ ବିଧାନସଭା ନିର୍ବାଚନ ଠାରୁ ଆରମ୍ଭ କରି ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରଶାସନିକ ସ୍ତରରେ ଉତ୍ତମ ସେବା ଯୋଗାଇ ସମସ୍ତଙ୍କ ପ୍ରିୟପାତ୍ର ହୋଇଛନ୍ତି । ହେଲେ ଏସବୁ ଋତୁଚକ୍ର ମଧ୍ୟରେ ପୋଲସରା ଥାନା ଅଧିକାରୀ ଶ୍ରୀ ମଲ୍ଲିକଙ୍କ ଗଂଜାମ ଜିଲ୍ଲା ପୋଲସରାରୁ ସୁଦୂର ଢେ଼ଙ୍କାନାଳ ସହରକୁ ବଦଳି ହୋଇଯାଇଛି । ଯାହା ଉତ୍ତମ ସଂପର୍କ ଆଧାରରେ ପୋଲସରା ସହରକୁ ଶାନ୍ତି ଶୃଙ୍ଖଳାରେ ବାନ୍ଧି ରଖିଥିବା ପୋଲସରା ଥାନା ଅଧିକାରୀ ଶ୍ରୀ ମଲ୍ଲିକଙ୍କୁ ବିଭିନ୍ନ ପଞ୍ଚାୟତ ଓ ବିଭିନ୍ନ ସଂଗଠନପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।