ଯାଜପୁରରେ କ୍ଷୁଦ୍ର ନିଯୁକ୍ତି ମେଳା

ଯାଜପୁର, (ଯୁଗାବ୍ଦ ନ୍ୟୁଜ): -ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନ ୯ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ କ୍ଷୁଦ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା । ଏହି ନିଯୁକ୍ତି ମେଳାରେ ୧୫ ଗୋଟି ପ୍ରାଇଭେଟ କମ୍ପାନୀର ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ଏଥିରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନ, ଯାଜପୁରଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ପ୍ରଶାନ୍ତ କୁମାର ପାଢୀ,ଜିଲ୍ଲା ପ୍ରକଳ୍ପ ନିବେଶକ, ଓଡିଶା ଜୀବିକା ମିଶନ ଏହି ନିଯୁକ୍ତି ମେଳାକୁ ଉଦ୍‌ଘାଟନ କରିଥିଲେ । ଦକ୍ଷତା ସଂଯୋଜକ ବଂଶୀଧର ସ୍ୱାଇଁ ଓ ଜିଲ୍ଲା ନିୟୋଜନ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ଏହି ନିଯୁକ୍ତି ମେଳାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଏଥିରେ ୫୦୦ ରୁ ଉର୍ଦ୍ଧ୍ୱ ଶିକ୍ଷିତ ଯୁବକ ଯୁବତୀ ମାନେ ଯୋଗଦେଇ ନିଯୁକ୍ତି ନିମନ୍ତେ ଆବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ