ଯାଞ୍ଚ ପରେ କଟିଲା ୧୭ : ରହିଲା ୯୨୮ ନାମାଙ୍କନ ପତ୍ର
ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବା ବେଳେ ମୋଟ ୯୪୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶନିବାର ଯାଞ୍ଚ ହେବା ପରେ ସମିତି ସଭ୍ୟ ପାଇଁ ୧୦୦ ପ୍ରାର୍ଥୀଙ୍କ ମଧ୍ୟରୁ କାଦବରାଙ୍ଗ ପଞ୍ଚାୟତର ଜଣେ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଥିଲା । ଫଳରେ ସମିତି ସଭ୍ୟ ପାଇଁ ୯୯ ଜଣ ପ୍ରାର୍ଥୀ ରହିଲେ । ସେହିପରି ୱାର୍ଡ ସଭ୍ୟ ପାଇଁ ୭୨୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଯାଞ୍ଚ ହେବା ପରେ ୧୬ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଥିଲା । ଫଳରେ ୱାର୍ଡ ସଭ୍ୟ ପାଇଁ ୭୦୬ ଜଣ ପ୍ରାର୍ଥୀ ରହିଲେ । ସରପଞ୍ଚ ପାଇଁ ମୋଟ ୧୨୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କୌଣସି ପ୍ରାର୍ଥୀଙ୍କର ନାମାଙ୍କନ କଟି ନଥିବା ଜଣାଯାଇଛି ।