ଯାତ୍ରୀବାହୀ ବସ୍ ଧକ୍କାରେ ଅଜା ମୃତ, ନାତି ଗୁରୁତର

ହିଞ୍ଜିଳିକାଟୁ/ଶେରଗଡ, (ଶେଷଦେବ ସାହୁ): ଶେରଗଡ଼ ଥାନା ତଥା ହିଞ୍ଜିଳିକାଟୁ ବ୍ଲକ୍ ବୁରୁପୋଡା ହାଇସ୍କୁଲ ଛକ ନିକଟରେ ମା ତାରାତାରିଣୀ ନାମକ ଘରୋଇ ବସ୍ (ଓଆର୦୭ଏନ୧୮୭୦ ) ଧକ୍କାରେ ଅଜାଙ୍କ ମୃତ୍ୟୁ ଘଟିଥିବା ବେଳେ ନାତି ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ଶେରଗଡ଼ ଥାନା ଧବଳପୁର ଗ୍ରାମର ଜୟ ସେଠି (୫୫) ଓ ଆହତ ଜଣକ ମୃତକଙ୍କ ନାତି ଆକାଶ ସେଠି (୧୧) । ଏ ନେଇ ଶେରଗଡ଼ ଥାନାରେ ୨୪୬/୨୧ରେ ମାମଲା ରୁଜୁ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ଦୂର୍ଘଟଣାଗସ୍ତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ଶେରଗଡ଼ ଥାନା ଆଇଆଇସି ମମତା ସାମନ୍ତରାୟ କହିଛନ୍ତି । ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳିକାଟୁ ଠାରୁ ସୋରଡା ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ସହିତ ଧବଳପୁର ଗ୍ରାମରୁ ହିଞ୍ଜିଳିକାଟୁ ଅଭିମୁଖେ ଟିଭିଏସ ଏକ୍ସଏଲ (ଓଡି୦୭ଏନ ୬୦୮୨) ଯୋଗେ ଜୟ ଓ ନାତି ଆକାଶ ଆସୁଥିବା ବେଳେ ବୁରୁପୋଡା ଛକ ନିକଟରେ ମୁହାଁ ମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ଜୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଆକାଶ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ହିଞ୍ଜିଳିକାଟୁ- ଶେରଗଡ଼ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ହିଞ୍ଜିଳି ଓ ଶେରଗଡ଼ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ