ପୈାର ନିର୍ବାଚନ ପାଇଁ ପ୍ରକାଶ ପାଇଲା ଓ୍ବାର୍ଡ ସଂରକ୍ଷଣ ତାଲିକା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବହୁ ଆଶା ଓ ଆଶଙ୍କାର ଅନ୍ତ ଘଟିଛି। ଶେଷରେ ମଙ୍ଗଳବାର ପ୍ରକାଶ ପାଇଛି ଓ୍ବାର୍ଡ ସଂରକ୍ଷଣ ତାଲିକା । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୈାର ପରିଷଦ ହିଞ୍ଜିଳିକାଟୁ ଅଞ୍ଚଳରେ ପୂର୍ବରୁ ଜନପ୍ରତିନିଧି ମାନଙ୍କ ସ୍ବତନ୍ତ୍ର ଦବଦବା ରହିଥିବା ନଜିର ରହିଛି । ଏହି ପରିପ୍ରେକ୍ଷୀରେ ୨୧ ଟି ଓ୍ବାର୍ଡ ବିଶିଷ୍ଟ ହିଞ୍ଜିଳିକାଟୁ ପୌର ପରିଷଦ ସକାଶେ ଓ୍ବାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ବହୁ ଆଶାୟୀଙ୍କ ମଧ୍ୟରେ ହତୋତ୍ସାହ ଭାବ ଦେଖିବାକୁ ମିଳିଥିବା ବେଳେ କିଛି ଆଶାୟୀଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି। ପ୍ରକାଶିତ ସଂରକ୍ଷଣ ତାଲିକା ଅନୁଯାୟୀ ହିଞ୍ଜିଳିକାଟୁ ପୌରାଞ୍ଚଳର ୧ ନମ୍ବର ଓ୍ବାର୍ଡ ସାଧାରଣ ବର୍ଗ, ୨ ନମ୍ବର ଅନୁସୂଚିତ ଜାତି, ୩ ନମ୍ବର ଓ୍ବାର୍ଡ ପଛୁଆବର୍ଗ ମହିଳା, ୪ ନମ୍ବର ଓ୍ବାର୍ଡ ମହିଳା, ୫ ନମ୍ବର ଓ୍ବାର୍ଡ ସାଧାରଣ ବର୍ଗ, ୬ ନମ୍ବର ଓ୍ବାର୍ଡ ମହିଳା, ୭ ନମ୍ବର ଓ୍ବାର୍ଡ ଅନୁସୂଚିତ ଜନଜାତି ମହିଳା, ୮ ନମ୍ବର ଓ୍ବାର୍ଡ ପଛୁଆବର୍ଗ ମହିଳା, ୯ ନମ୍ବର ଓ୍ବାର୍ଡ ପଛୁଆବର୍ଗ ମହିଳା, ୧୦ ନମ୍ବର ଓ୍ବାର୍ଡ ସାଧାରଣ ବର୍ଗ, ୧୧ ନମ୍ବର ଓ୍ବାର୍ଡ ସାଧାରଣ ବର୍ଗ, ୧୨ ନମ୍ବର ପଛୁଆବର୍ଗ, ୧୩ ନମ୍ବର ଓ୍ବାର୍ଡ ପଛୁଆବର୍ଗ, ୧୪ ନମ୍ବର ଓ୍ବାର୍ଡ ମହିଳା, ୧୫ ନମ୍ବର ଓ୍ବାର୍ଡ ସାଧାରଣ ବର୍ଗ, ୧୬ ନମ୍ବର ଓ୍ବାର୍ଡ ଅନୁସୂଚିତ ଜାତି ମହିଳା, ୧୭ ନମ୍ବର ଓ୍ବାର୍ଡ ଅନୁସୂଚିତ ଜାତି, ୧୮ ନମ୍ବର ଓ୍ବାର୍ଡ ଅନୁସୂଚିତ ଜାତି ମହିଳା, ୧୯ ନମ୍ବର ଓ୍ବାର୍ଡ ସାଧାରଣ ବର୍ଗ, ୨୦ ଓ ୨୧ ନମ୍ବର ଓ୍ବାର୍ଡ ମହିଳା ଙ୍କ ସକାଶେ ସଂରକ୍ଷଣ ରହିଛି ।


