ଯାତ୍ରୀବାହୀ ବସ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ ଜଣେ ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବୁଧବାର ଅପରାହ୍ନରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସାରୁ – ସମରଝୋଳ ମଧ୍ୟବର୍ତ୍ତୀ ରାସ୍ତାରେ ଯାତ୍ରୀବାହୀ ବସ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାଥି ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ହିଞ୍ଜିଳି ଥାନା ବ୍ଳକ କଲୋନୀ ଅଞ୍ଚଳର ରୋଶନ ବେହେରା (୨୬) ଓ ଆହତ ଜଣଙ୍କ ହିଞ୍ଜିଳିକାଟୁ ପୌରାଞ୍ଚଳ ବଜାର ସାହିର ମନୋଜ ଦାସ (୨୩) ବୋଲି ଜଣାପଡିଛି ।ପ୍ରକାଶ ଯେ, ବୁଧବାର ଅପରାହ୍ନରେ ରୋଶନ ଓ ମନୋଜ ସ୍କୁଟି(ଓଡି୦୭ଏଇ ୭୬୧୮) ଯୋଗେ ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବ୍ରହ୍ମପୁର ଠାରୁ କୁରୁଳା ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ (ଓଡି୦୨ ଏଏନ ୬୪୦୨) ସହ ହିଞ୍ଜିଳି ଥାନା ସାରୁ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୂର୍ଘଟଣାରେ ରୋଶନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ମନୋଜ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ରୋଶନଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରିଛି। ଦୂର୍ଘଟଣା ପରେ ଘଟଣା ସ୍ଥଳରୁ ବସ୍ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ