ଯାତ୍ରୀବାହୀ ବସ ବାଇକ ମୁହାଁ ମୁହିଁ ଧକ୍କା,ବାଇକ ଚାଳକ ଗୁରୁତର
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବଜାର ଠାରୁ ମାତ୍ର ୨ କିମି ଦୂର ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତ ର ଜୁଡାମ୍ବ ଘାଟିରେ ଗୁରବାର ଅପରାହ୍ନ ସମୟରେ ଏକ ଯାତ୍ରୀବାହୀ ବସ ସହିତ ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ଦୁର୍ଘଟଣା ରେ ବାଇକ ଚାଳକ ଜଣକ ଗୁରୁତର ହୋଇଛନ୍ତି।ଗୁରୁତର ବାଇକ ଚାଳକ ଙ୍କ ପରିଚୟ ମିଳିପାରିନାହିଁ।ସୂଚନା ଅନୁଯାୟୀ କରଞ୍ଜିଆ ରୁ ଭୁବନେଶ୍ୱର ଅଭିମୁଖେ ଯାଉ ଥିବା ପଥାସରଥି ନାମକ ଯାତ୍ରୀବାହୀ ବସ ଠାକୁରମୁଣ୍ଡା ରେ ରହଣି ପରେ ବସ ଭୁବନେଶ୍ୱର ଯାଉଥିବା ବେଳେ ଜୁଡାମ୍ବ ଘାଟି ବାଙ୍କ ରାସ୍ତା ରେ ବିପରିତ ଦିଗରୁ ଆସୁଥିବା ବାଇକ ବସ ସହିତ ମୁହାଁ ମୁହିଁ ଧକ୍କା ହୋଈ ଯାଇଥିଲା।ଦୁର୍ଘଟଣା ରେ ବାଇକ ଟି ବସ ସମ୍ମୁଖରେ ପଶି ଯାଇ ଭାଙ୍ଗିରୁଜ୍ଜି ଯାଇଛି।ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବାଇକ ଚାଳକ ଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରି ଥିଲେ।ସେଠାରେ ତାଙ୍କ ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।