ଯାତ୍ରୀ ବିଶ୍ରାମାଗାର ଉଦ୍ଘାଟିତ
ଜଗତସିଂହପୁର,(ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତର ଦଦରା ଛକ ଠାରେ ଏକ ଯାତ୍ରୀ ବିଶ୍ରମାଗାର ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଅଚ୍ୟୁତାନନ୍ଦ ପରିଡାଙ୍କ କରକମଳରେ ଉଦ୍ ଘାଟିତ ହୋଇଅଛି। ଜିଲ୍ଲା ସଦରମହକୁମା ଠାରୁ ଚଷାପଡା ତଣ୍ଡିକୁଳ ରାସ୍ତାର ଦଦରା ବଜାରରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଏକ ଯାତ୍ରୀ ବିଶ୍ରାମାଗାର ସ୍ଥାପିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ରୋଜାଲୀନ୍ ପରିଡାଙ୍କ ନିଜସ୍ବ ପଞ୍ଚାୟତ ପାଣ୍ଠିରୁ ନର୍ମାଣ କାର୍ଯ୍ୟ କରାଯାଇଥିଲା। ଶ୍ରୀମତୀ ପରିଡା ପଞ୍ଚାୟତ ପାଣ୍ଠିରୁ ମୁକ୍ତେଶ୍ଵର ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ମୁଳୁଗାଁକୁ ଏକ ଢଳେଇ ରାସ୍ତା, ପଞ୍ଚାୟତର ବିଭିନ୍ନ ସ୍ଥାନରେ ନଳକୂପ ପ୍ରଦାନ କରି ବାଲିକୁଦା ବ୍ଲକର ୩୦ ଗୋଟି ପଞ୍ଚାୟତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଲୋକେ କହନ୍ତି। ଆଗାମୀ ଦିନରେ କିଛି ବିଦ୍ୟାଳୟରେ ଦିଆଲ ନିର୍ମାଣ କରି ଛାତ୍ରଛାତ୍ରୀଙ୍କର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ଆମ ଯୁଗାବ୍ଦ ପ୍ରତିନିଧି ଅନସୂୟା ରାଉତଙ୍କୁ ସୂଚନା ପ୍ରଦାନ କରିଛନ୍ତି। ସରପଞ୍ଚ ଶ୍ରୀମତୀ ପରିଡାଙ୍କ ଏହି ଜନହିତକର କାର୍ଯକୁ ପଞ୍ଚାୟତ ବାସୀ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ଉଦ୍ ଘାଟନ କାର୍ଯ୍ୟ କ୍ରମରେ ଯୁବ ସମାଜ ସେବୀ ରାକେଶ ମହାପାତ୍ର, ବିସ୍ମୟ ମଲ୍ଲ, ଲକ୍ଷ୍ମୀଧର ରାଉତ, ପଣ୍ଡିତ କାହ୍ନୁ ଚରଣ ନନ୍ଦଶର୍ମା, ସମାଜ ସେବୀ ଅଭୟ କୁମାର ପରିଡା, ପ୍ରଭାତ ମହାରଣା ଓ ମାନସ୍ ଭୋଇ ପ୍ରଭୃତି ଉପସ୍ଥିତ ଥିଲେ।


