ଯାଦବ ମହାସଭା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳୀ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ କରୋନା ଯୋଦ୍ଧାଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ପ୍ରଶାସକ, ସାହିତ୍ୟିକ ତଥା ଲେଖକ ନରହରି ବେହେରାଙ୍କ ଅକାଳ ବିୟୋଗରେ ଯାଦବ ମହାସଭା ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ସଭାପତି ରବିନାରାୟଣ ଖିଲାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସମ୍ପାଦକ ଅମର କୁମାର ନାୟକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡା, ଉପସଭାପତି ସଂଜୀବ ନାୟକ, ସମ୍ପାଦକ ସନ୍ତୋଷ ଦାସ, ଯୁବନେତା ସତ୍ୟବ୍ରତ ଦାସ, ଅକ୍ଷୟ ବେହେରା, ବିକାଶ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାଛଡା ସତ୍ୟବ୍ରତ ଦାସ ଓ ଅକ୍ଷୟ ବେହେରାଙ୍କୁ ଅତିରିକ୍ତ ଉପସଭାପତି ଭାବେ ମନୋନୀତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ