ଯାଦବ ସମାଜ ପକ୍ଷରୁ ପବିତ୍ର ରେଜାଙ୍ଗଲା ମାଟି କଳସକୁ ଖଡିଆଳ ଠାରେ ଭବ୍ୟ ସ୍ଵାଗତ

ବୋଡେ଼ନ,(ଡୋଲେଶ୍ୱର ବାଗ): ନୂଆପଡ଼ା ଜିଲ୍ଲା ଖଡିଆଳ କଲ୍ୟାଣ ମଣ୍ଡପ ଦୁଇ ଠାରେ ଯାଦବ ସମାଜ ପକ୍ଷ ରୁ ପବିତ୍ର ରେଜାଙ୍ଗଲା ମାଟି କଳସ କୁ ଖଡିଆଳ ଠାରେ ଭବ୍ୟ ସ୍ଵାଗତ କରିଛନ୍ତି। ଏହି କଳସ ଯାତ୍ରା ସୁସଜ୍ଜିତ ରଥ ନଗର ପରିକ୍ରମା କରିଥିବା ବେଳେ ଏକ ବାଇକ୍ ରେଳି ଖଡିଆଳ ନଗର ପରିକ୍ରମା କରିଅଛି। ଅଖିଳ ଭାରତବର୍ଷ ଯାଦବ ମହାସଭା, ଉତ୍କଳ ଯାଦବ ମହାସଭା ଏବଂ ନୂଆପଡ଼ା ଜିଲ୍ଲା ଯାଦବ ମହାସଭା ମିଳିତ ଆନୁକୂଲ୍ୟରେ ଏହି ସହିଦ ମାଟି କଲସ କୁ ସ୍ବାଗତ କରି ଭବ୍ୟ ଏବଂ ଦିବ୍ୟ ସ୍ମୃତି ଗାଥା ବଖାଣି ଥିଲେ।ମିଶନ ଅହୀର ଯାଦବ ରେଜୀମେଣ୍ଟ କରିବା ନେଇ ସମସ୍ତେ ଆହ୍ବାନ କରିଛନ୍ତି। ବିହାର ଛପରା ରୁ ବାହାରି ୧୯୬୨ ଚାଇନା ସହ ଯୁଦ୍ଧ ହୋଇଥାଏ। ମିଶନ ଅହୀର ଯାଦବ ରେଜୀମେଣ୍ଟ ୧୦୦ ରୁ ଉର୍ଦ୍ଧ ଯବାନ ସହୀଦ ହୋଇଥିଲେ। ମିଶନ ଅହୀର ଯାଦବ ରେଜୀମେଣ୍ଟ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କୁ ଦାବୀ କରୁଛନ୍ତି। ଏହି ସହିଦ ମାଟି କଳସ ଟି ଭାରତ ପରିଭ୍ରମଣ କରିବା କୁ ଥିବା ବେଳେ ପାଞ୍ଚ ଗୋଟି ରାଜ୍ୟ ଅତିକ୍ରମ କରି ଆଜି ଓଡିଶା ରେ ପ୍ରବେଶ କରିଛନ୍ତି। ଉପ ସଭାପତିପ୍ରଫୁଲ୍ଲ କୁମାର ଦାସ ପିତାମ୍ବର ଦାଶ, ସହ ପ୍ରଭାରୀ କଳସ ଯାତ୍ରା କିରଣ ଯାଦବ , ଆଖିଲ ଭରତିୟବର୍ଷ ଯୁବ ସଭାପତି ଇ. ପ୍ରଦୀପ ବେହେରା, ଓଡ଼ିଶା ସଂଯୋଜକ ନନ୍ଦଳାଳ ସିଂ ଯାଦବ, ଉତ୍କଳ ଯାଦବ ସମାଜ ଲମ୍ବୋଦର ନିଆଳ, ଜିଲ୍ଲା ସଭାପତି ଭରତ ଲାଲ ରାଉତ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ