ଯାଦୁକରଙ୍କ ଶୋ ଦେଖିବା ପାଇଁ ପରିବାର ସହ ସରକାରୀ ଗାଡ଼ି ବ୍ୟବହାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କେତେକ ସରକାରୀ ଅଧିକାରୀ ବିଭିନ୍ନ ଆଳରେ ସରକାରୀ ଗାଡିର ଅପବ୍ୟବହାର କରୁଥିବାର ବହୁ ଦୃଷ୍ଟାନ୍ତ ରହିଛି। ଏପରି ଏକ ସରକାରୀ ଗାଡ଼ି ଅପବ୍ୟବହାର ଘଟଣା ବୁଧବାର ସନ୍ଧ୍ୟାରେ ପାରଳାଖେମୁଣ୍ଡିରେ ଦେଖୁବାକୁ ମିଳିଛି । ଏହି ସରକାରୀ ଗାଡ଼ିଟି କାଶୀନଗର ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ବୋଲି ଫଳକରେ ଉଲ୍ଲେଖ ରହିଛି. ସୂଚନା ମିଳିଛି ଯେ ସମ୍ପୂକ୍ତ ଅଧିକାରୀ ସପରିବାର ସହ ପାରଳାଖେମୁଣ୍ଡି ଟାଉନହଲ୍ ଠାରେ ଚାଲିଥିବା ଯାଦୁକରଙ୍କ ଶୋ ଦେଖିବାକୁ ଆସିଥିଲେ. ସୂଚନା ପ୍ରକାରେ ତାଙ୍କ ପରିବାରବର୍ଗ କାଶୀନଗର ଠାରୁ ପାରଳାଖେମୁଣ୍ଡି ସହରକୁ ଆସି ବିଭିନ୍ନ ମାର୍କେଟିଂ କରିବା ପରେ ଯାଦୁକରଙ୍କ ଶୋ ଦେଖିବା ପାଇଁ ଗାଡିଟି ପାର୍କିଂରେ ରଖି ସପରିବାର ଟାଉନ ହଲ ମଧରେ ଚାଲିଥିବା ଯାଦୁକରଙ୍କ ଶୋର ମଜ୍ଜା ଉଠାଇ ଥିଲେ. ଏହିପରି ଭାବେ ସରକାରୀ ଗାଡିର ଅପବ୍ୟବହାରକୁ ନେଇ ବିଭିନ୍ନ ମହଲରେ ଦୃଢ ନିନ୍ଦା କରିଯିବା ସହ ପ୍ରଶାସନ ତୁରନ୍ତ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି.


