ଯୁକ୍ତ ତିନି ପରୀକ୍ଷାରେ କ୍ଷତ୍ରିୟବରପୁର ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ କୃତିତ୍ୱ
ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ଶୁକ୍ରବାର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନସ୍ଥ ସ୍ନାତକ ଶେଷ ବର୍ଷ ପରୀକ୍ଷାଫଳ ପ୍ରକାଶ ପାଇଛି I ଏହି ପରୀକ୍ଷା ଫଳରେ ବିଭିନ୍ନ ବିଭାଗର ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି I ଏହି ମହାବିଦ୍ୟାଳୟର ନଅ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ବିଭାଗରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ଅଧିକାର କରିଛନ୍ତି I ସୂଚନା ପ୍ରକାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ତରରେ ପ୍ରକାଶ ପାଇଥିବା ଦର୍ଶନ ଶାସ୍ତ୍ର ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ମହାବିଦ୍ୟାଳୟର ରାମଚନ୍ଦ୍ର ଗୈାଡ,ଚତୁର୍ଥ ସ୍ଥାନରେ କଲ୍ୟାଣୀ ଗୈାଡ ଏବଂ ତୁଳସୀ ପରିଛା,ସପ୍ତମ ସ୍ଥାନରେ ପୁଜାରାଣୀ ଭୂୟାଁ,ଅଷ୍ଟମ ସ୍ଥାନରେ ଶୁଭଶ୍ରୀ ଗୈାଡ,ନବମ ସ୍ଥାନରେ,ଅଜୟ କୁମାର ଜେନା ଏବଂ ବାଦଲ କୁମାର ସ୍ଵାଇଁ ରହିଥିବା ବିଶ୍ବବିଦ୍ୟାଳୟ ତରଫରୁ ଘୋଷଣା କରାଯାଇଥିବା ବେଳେ ଓଡ଼ିଆ ବିଭାଗରେ ବିଶ୍ବବିଦ୍ୟାଳୟ ସ୍ତରରେ ତୃତୀୟ ସ୍ଥାନରେ ପ୍ରଣତି ମହାରଣା ଏବଂ ଷଷ୍ଠ ସ୍ଥାନରେ ପୂଜା ଗୌଡ଼ ରହିଥିବା ବିଶ୍ବବିଦ୍ୟାଳୟ ଘୋଷଣା କରିଛି I ପ୍ରକାଶ ଥାଉକି ଗତ ବର୍ଷ ମଧ୍ୟ ଏହି ମହାବିଦ୍ୟାଳୟର ୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ପ୍ରଥମ ଦଶ ସ୍ଥାନ ମଧ୍ୟରେ ଥିଲେ । ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ମହାବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍ ଙ୍କ ସମେତ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I