ଯୁକ୍ତ ଦୁଇ କଳାରେ ସୂର୍ଯ୍ୟମଣି ବେହେରା ବୁଗୁଡା ବ୍ଲକ ଟପର

ବୁଗୁଡା, (ଅନିଲ କୁମାର ମହାରଣା):ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସୂର୍ଯ୍ୟମଣି ବେହେରା ୫୨୩ ମାର୍କ ରଖି ବୁଗୁଡା ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ଟପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ବୁଗୁଡା ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଭବାନୀ ବରାଡ଼ ୫୨୧ ମାର୍କ ରଖି ବ୍ଲକରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟାରାଣୀ ପ୍ରଧାନ ୫୨୦ ମାର୍କ ରଖି ବ୍ଲକରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବୁଗୁଡା ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୫୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୮ ଜଣ ପ୍ରଥମ ଶ୍ରେଣୀ,୫୧ ଜଣ ଦ୍ଵିତୀୟ ଶ୍ରେଣୀ, ୭୨ ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ବେଳେ ୨୦ ଜଣ ଫେଲ ହୋଇଛନ୍ତି। ବୁଗୁଡା ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୮୫ ଜଣ ପରୀକ୍ଷା ଦେଇଥିବା ବେଳେ ୭୧ ଜଣ ପ୍ରଥମ ଶ୍ରେଣୀ, ୩୪ ଜଣ ଦ୍ଵିତୀୟ ଶ୍ରେଣୀ, ୫୧ ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ବେଳେ ୨୯ ଜଣ ଫେଲ ହୋଇଛନ୍ତି। ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୬୮ ଜଣଙ୍କ ମଧ୍ୟରୁ ୯୫ ଜଣ ପ୍ରଥମ ଶ୍ରେଣୀ, ୩୮ ଜଣ ଦ୍ଵିତୀୟ ଶ୍ରେଣୀ, ୨୯ ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ବେଳେ ୨ ଫେଲ ଓ ୪ ଜଣ ଅନୁପସ୍ଥିତ ମୋଟ ୬ ଜଣ ଫେଲ ହୋଇଛନ୍ତି। ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୯୮ ଜଣଙ୍କ ମଧ୍ୟରୁ ୧୧୪ ଜଣ ପ୍ରଥମ ଶ୍ରେଣୀ, ୫୮ ଜଣ ଦ୍ଵିତୀୟ ଶ୍ରେଣୀ, ୮୦ ଜଣ ତୃତୀୟ ଶ୍ରେଣୀ ରେ ପାସ କରିଥିବା ବେଳେ ୩୬ ଜଣ ଫେଲ ହୋଇଛନ୍ତି। ସେହିପରି ବାଲିପଦର ଅହଲ୍ୟା ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫୬ ଜଣ ପରୀକ୍ଷା ଦେଇଥିବା ବେଳେ ୨୪ ଜଣ ପ୍ରଥମ ଶ୍ରେଣୀ, ୨୦ ଜଣ ଦ୍ଵିତୀୟ ଶ୍ରେଣୀ ଓ ୧୨ ଜଣ ତୃତୀୟ ଶ୍ରେଣୀରେ ପାସ କରି ପାସ ହାର ଶତ ପ୍ରତିଶତ ହୋଇଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ